ଏସବିଆଇ ୬ ସେପ୍ଟେମ୍ବରରେ ପିଓ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଥିଲା । ପିଓ ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ ଶୁଳ୍କ ସାଧାରଣ / ଇଡବ୍ଲୁଏସ ଏବଂ ଓବିସିଙ୍କ ପାଇଁ ୭୫୦ ଟଙ୍କା ରହିଛି । ଅନ୍ୟପଟେ ଏସସି ଓ ଏସଟି ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ମାଗଣା ରହିଛି ।ଏସବିଆଇ ବର୍ତ୍ତମାନ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ଅକ୍ଟୋବର ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ପ୍ରାର୍ଥୀମାନେ ସେମାନଙ୍କର ପ୍ରିଲିମିନାରୀ ପରୀକ୍ଷାର କଲ୍ ଲେଟର ଡାଉନଲୋଡ୍ କରିପାରିବେ । ନଭେମ୍ବର ମାସରେ ଅନଲାଇନରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହୋଇ ନଭେମ୍ବର / ଡିସେମ୍ବର ମାସରେ ଫଳାଫଳ ପ୍ରକାଶ ପାଇବ ।ପ୍ରାର୍ଥୀମାନେ ନଭେମ୍ବର / ଡିସେମ୍ବରରେ ମେନ୍ ପରୀକ୍ଷା ପାଇଁ କଲ୍ ଲେଟର ଡାଉନଲୋଡ୍ କରିପାରିବେ । ଡିସେମ୍ବର / ଜାନୁଆରୀ ୨୦୨୩ରେ ମେନ୍ ପରୀକ୍ଷା ଆୟୋଜିତ ହୋଇ ସେହି ମାସରେ ଫଳାଫଳ ପ୍ରକାଶ ପାଇବ । ଜାନୁଆରୀ / ଫେବୃଆରୀରେ ଫେଜ-୩ ପାଇଁ କଲଲେଟର ଡାଉନଲୋଡ୍ କରାଯିବ । ଏହାପରେ ଜାନୁଆରୀ-ଫେବୃଆରୀରେ ସାଇକୋମେଟ୍ରିକ ଟେଷ୍ଟ, ସାକ୍ଷାତକାର ଓ ଗ୍ରୁପ ଏକ୍ସରସାଇଜ୍ କରାଯାଇ ଫେବୃଆରୀ / ମାର୍ଚ୍ଚରେ ଅନ୍ତିମ ଫଳାଫଳ ଘୋଷଣା କରାଯିବ ।ଚଳିତ ବର୍ଷ ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ଓବିସିଙ୍କ ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ, ଏସସି / ଏସଟିଙ୍କ ପାଇଁ ୫ ବର୍ଷର ବୟସ କୋହଳ କରାଯିବ । ପ୍ରାର୍ଥୀଙ୍କର ବେସିକ ପେ’ ୪୧,୯୬୦ ଟଙ୍କାରୁ ଆରମ୍ଭ ହେବ । ଓଡ଼ିଶାର ଆଶାୟୀମାନେ ରାଜ୍ୟର ୭ଟି ପରୀକ୍ଷା କେନ୍ଦ୍ରରେ ପ୍ରାର୍ଥୀମାନେ ପରୀକ୍ଷା ଦେଇ ପାରିବେ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post