ଏସବିଆଇରେ ଚାକିରି ସୁଯୋଗ
ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସିନିୟର ଭାଇସ୍ ପ୍ରେସିଡେଣ୍ଟ (ଆଇଏସ (ଅଡିଟର), ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ (ଆଇଏସ ଅଡିଟର), ମ୍ୟାନେଜର (ଆଇଏସ ଅଡିଟର), ଡେପୁଟୀ ମ୍ୟାନେଜର (ଆଇଏସ ଅଡିଟର) ଆଦି ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିବା ସହ ପ୍ରାର୍ଥୀଙ୍କର କାର୍ଯ୍ୟ କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଆବଶ୍ୟକ । ସିନିୟର ଭାଇସ୍ ପ୍ରେସିଡେଣ୍ଟ (ଆଇଏସ (ଅଡିଟର) ପଦ ପାଇଁ ପ୍ରାର୍ଥୀଙ୍କୁ ବାର୍ଷିକ ୪୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ (ଆଇଏସ ଅଡିଟର) ପଦ ପାଇଁ ପ୍ରାର୍ଥୀଙ୍କୁ ବାର୍ଷିକ ୪୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ମ୍ୟାନେଜର (ଆଇଏସ ଅଡିଟର) ଓ ଡେପୁଟୀ ମ୍ୟାନେଜର (ଆଇଏସ ଅଡିଟର) ପଦ ପାଇଁ ପେ’ ସ୍କେଲ ଅଲଗା ଅଲଗା ରହିଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଶର୍ଟଲିଷ୍ଟ କରାଯାଇ ସାକ୍ଷାତକାର ପାଇଁ ୱେବସାଇଟ୍ ଜରିଆରେ କଲ ଲେଟର ଜାରି କରାଯିବ । ପ୍ରାର୍ଥୀଙ୍କ ନିକଟକୁ କଲ୍ ଲେଟରର ହାର୍ଡ କପି ପଠାଯିବ ନାହିଁ । ଏଥିରେ ଆବେଦନ କରିବାକୁ ଜେନେରାଲ/ ଇଡବ୍ଲ୍ୟୁଏସ / ଓବିସି ପ୍ରାର୍ଥୀଙ୍କୁ ୭୫୦ ଟଙ୍କା ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସସି / ଏସଟି / ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି ।