ଆଜିର ଯୁଗରେ ଆମ ଭିତରୁ ଅନେକ ବସି ବସି କାମ କରିଥାନ୍ତି । ଏଥିରେ ଶାରୀରିକ ପରିଶ୍ରମ ନ ଥାଏ । ଘଣ୍ଟା ଘଣ୍ଟା, ଗୋଟିଏ ଜାଗାରେ ବସି କାମ କରିବାକୁ ହୋଇଥାଏ । ଯାହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରତିଫଳିତ ହେଉଛି । ଆମକୁ ମୋଟାପଣ, ମଧୁମେୟ, ହୃଦକ୍ଷାତ ପରି ରୋଗ ହେଉଛି । ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାକୁ ଡାକ୍ତର ଯାହା ବି ପରାମର୍ଶ ଦିଅନ୍ତୁନ ନା କାହିଁକି, ସେମାନଙ୍କ ପରାମର୍ଶରେ ଗୋଟିଏ କଥା କମନ ଥାଏ, ତାହା ୱାକ୍ ।ଦିନକୁ ଅଢେଇ ହଜାର ପାଦ ଚାଲିବା ସୁସ୍ଥ ଜୀବନ ପାଇଁ ଜରୁରୀ ।ଡାକ୍ତରଙ୍କ ମୁତାବକ, ୧୦ ହଜାର ଷ୍ଟେପ ଚାଲିବା ଅତି ଭଲ । ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟାରୁ ଆମକୁ ଦୂରେଇ ରଖେ । ତେବେ ଏତେଚାଲିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ତେଣୁ ବୟସ ମୁତାବକ ଚାଲିବା ଅଭ୍ୟାସ କରିବା ଦରକାର । ୧୮-୫୦ ବର୍ଷ ମଧ୍ୟରେ ଜଣକୁ ୧୨ ହଜାରଷ୍ଟେପ ଚାଲିବା ଜରୁରୀ । ୬୦ରୁ ଅଧିକ ବୟସର ହୋଇଥିଲେ ଏହାକୁ କମାଇ ୮ ହଜାର ଭିତରେ ରଖନ୍ତୁ । ଏହା ପୁରୁଷଙ୍କ ପାଇଁ ।ମହିଳାଙ୍କ ପାଇଁ ୪୦ ବର୍ଷରୁ ଅଧିକା ହୋଇଥିଲେ ୧୨ ହଜାର, ୫୦ ହୋଇଥିଲେ ୧୧ ହଜାର ଓ ୫୦-୬୦ ମଧ୍ୟରେ ବୟସ ହୋଇଥିଲେ ୧୦ ହଜାର ପାଦ ଚାଲିବା ଦରକାର ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post