ଶୀତଦିନେ ତ୍ୱଚା ଅଥବା ଚର୍ମ ଜନିତ ଅନେକ ସମସ୍ୟା ଦେଖାଯାଏ । ବିଶେଷ କରି ଶୁଷ୍କପଣ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଥାଏ । ଏଥିପାଇଁ ସଭିଏଁ ବିଭିନ୍ନ ଜିନିଷର ବ୍ୟବହାର ମଧ୍ୟ କରିଥାଆନ୍ତି । ଏହି ଦିନରେ ତ୍ବଚାର ବିଶେଷ ଯତ୍ନ ନେବାକୁ ପଡିଥାଏ। ଓଠ ଫାଟିବା, ଗୋଡ ଫାଟିବା, ମୁହଁର ସୌନ୍ଦର୍ଯ୍ୟ ଯେପରି ହ୍ରାସ ପାଇବା ଭଳି ଜଣାଯାଏ। ତେଣୁ ଏହିଦିନେ କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ।
ତ୍ୱଚା ପାଇଁ ଖିର ସର ଆଶୀର୍ବାଦ ଅଟେ। ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ମୁହଁର ବିଭିନ୍ନ ସମସ୍ୟାକୁ ମଧ୍ୟ ଦୂର କରିଥାଏ।ଯଦି ଆପଣଙ୍କ ତ୍ୱଚାର ଚମକ ହ୍ରାସ ପାଇଯିବା ଭଳି ଅନୁଭବ ହେଉଛି ତେବେ ସରରେ କିଛି ମହୁ ମିଶାଇ ଲଗାନ୍ତୁ। ଏପରି କରିବା ଦ୍ୱାରା ନିଜେ ଏହାର ଚମତ୍କାରିତା ଅନୁଭବ କରିବେ। ଏହାକୁ ନିୟମିତ ମୁହଁରେ ଲଗାଇଲେ ବହୁ ଦାମୀ କ୍ରିମ ତୁଳନାରେ ଏହା ତ୍ୱଚାର ଚମକକୁ ଖୁବ ଶୀଘ୍ର ବୃଦ୍ଧି କରିଥାଏ।ଖିର ସରକୁ ନିୟମିତ ମୁହଁରେ ଲଗାଇଲେ ତ୍ୱଚାର ରଙ୍ଗ ମଧ୍ୟ ଗୋରା ହୋଇଥାଏ।ବହୁ ଯୁବତୀ ଓ ମହିଳା ମୁହଁରେ ଥିବା ବିଭିନ୍ନ ପ୍ରକାରର ଦାଗ ଓ କଳା ଦାଗ ପାଇଁ ଚିନ୍ତିତ ରହିଥାଆନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ସରରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ।ନିୟମିତ କିଛି ପରିମାଣରେ ଖିର ସରକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ଏଭଳି କରିବା ଦ୍ୱାରା ମୁହଁ ଉଜ୍ୱଳ ହେବା ସହ ତ୍ୱଚାରରେ ଥିବା ଦୂଷିତ ପଦାର୍ଥ ବାହାରି ଯାଇଥାଏ।ଶୀତଦିନେ ମୁହଁ ଓ ଶରୀରକୁ ନଡିଆତେଲରେ ଭଲରେ ମାଲିସ କରନ୍ତୁ। ଏହା ଦ୍ୱାରା ତ୍ୱଚା କୋମଳ ହେବା ସହ ଫାଟିନଥାଏ।ଶୀତଦିନେ ସକାଳ ସମୟରେ ଖରାରେ ନିଶ୍ଚୟ ବସନ୍ତୁ। ଏହାପୂର୍ବରୁ ସନ କ୍ରିମ ନିଶ୍ଚୟ ଲଗାନ୍ତୁ।ଶୀତଦିନେ ଅଲିଭ ଅଏଲରେ ନିଶ୍ଚୟ ଶରୀରକୁ ମାଲିସ କରନ୍ତୁ।
Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Prev Post
Next Post