ରାତିରେ ୭ ରୁ ୮ ଘଣ୍ଟା ଶୋଇବା ପରେ ମଧ୍ୟ କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ । ଦିନସାରା ଆମ ବଡିରେ କେତେ ଏନର୍ଜି ରହିବ ତାହା ଆମ ଖାଦ୍ୟ ଉପରେ ନିର୍ଭର କରିଥାଏ । ଆମ ଖାଦ୍ୟରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଅଛି ଯାହା ଶରୀରରେ ମେଟାବୋଲିଜିମ୍ ବଢାଇ ଥାଏ ଏବଂ ଶକ୍ତି ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯେତେବେଳେ ଶରୀରରେ କୌଣସି ପୋଷକ ତତ୍ତ୍ୱର ଅଭାବ ଥାଏ, ସେତେବେଳେ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ସୂଚନା ଅନୁସାରେ,ଡକ୍ତର ଆୟୁଷ ଯାଦବ କହିଛନ୍ତି ଯେ ଥକାପଣର କାରଣ କେତେକ ପୋଷକ ତତ୍ତ୍ୱର ଅଭାବ ହୋଇପାରେ । ସେଥିପାଇଁ ଆମେ ଆଜି ଆପଣମାନଙ୍କୁ ଏହି ସମ୍ଭନ୍ଧୀୟ କିଛି କଥା ଜଣାଇବୁ ।ଯଦି ଶରୀରରେ ଏହି ପୋଷକ ତତ୍ତ୍ୱର ଅଭାବ ହୁଏ, ତେବେ ଥକାପଣ ଏବଂ ଦୁର୍ବଳ ଲାଗିଥାଏ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ ମାଂସ, ମାଛ, ଅଣ୍ଡା ଏବଂ କ୍ଷୀର ଜାତିୟ ପଦାର୍ଥ ଖାଇବା ଉଚିତ୍ ।ଶରୀରର କୋଷ ମଧ୍ୟରେ ଅକ୍ସିଜନ୍ ଦେବା ପାଇଁ ଆଇରନ୍ ଅନେକ ସାହାଯ୍ୟ କରିଥାଏ । ଆମ ଶରୀରରେ ଏହାର ଅଭାବ ଯୋଗୁ ଏନିମିୟା ଥପାପଣ ଭଳି ରୋଗ ହୋଇପାରେ । ଏହି ଅଭାବକୁ ଦୂର କରିବା ପାଇଁ, ରେଡ୍ ମିଟ୍, ବିନ୍ସ, ମସୁର ଡାଲି, ପାଳଙ୍ଗ ଏବଂ ଫେଟିଫାଇଡ୍ ଖାଦ୍ୟ ସେବନ କରିବା ଉଚିତ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post