୧୯୬୬ ନଭେମ୍ବର ୧୬ ତାରିଖରୁ ପ୍ରେସ କାଉନ୍ସିଲ ଅଫ୍ ଇଣ୍ଡିଆ (ପିସିଆଇ) କାର୍ଯ୍ୟ କରିବା ଆରମ୍ଭ କରିଥିଲା। ଭାରତକୁ ଗଣତନ୍ତ୍ରରେ ପରିଣତ କରିବା ଦିଗରେ ପିସିଆଇର ଅବଦାନକୁ ସମ୍ମାନ ଜଣାଇବା ସହ ଏକ ମୁକ୍ତ ତଥା ସ୍ବାଧୀନ ପ୍ରେସ୍ର ଗୁରୁତ୍ବ ଉତ୍ଥାପନ କରିବା ଲାଗି ପ୍ରତି ବର୍ଷ ନଭେମ୍ବର ୧୬ ତାରିଖକୁ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି। ଗଣମାଧ୍ୟମ ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଅନ୍ୟତମ ସ୍ତମ୍ଭ ଭାବେ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା (ମୁଦ୍ରଣ ଓ ପ୍ରସାରଣ)ରେ କାର୍ଯ୍ୟରତ ସାମ୍ବାଦିକମାନେ ସମାଜ ଓ ବ୍ୟବସ୍ଥାର ଆଇନା ଭାବେ କାମ କରନ୍ତି।ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେମାନଙ୍କର କାହାଣୀ ଓ ବିବରଣୀ ସମାଜର ବିଭିନ୍ନ ଦିଗକୁ ପ୍ରତିଫଳିତ କରିଥାଏ। ଭାରତୀୟ ସାମ୍ବାଦିକମାନେ ଯେପରି କୌଣସି ପ୍ରଭାବ ବା ବାହ୍ୟ କାରକ ଦ୍ବାରା ପରିଚାଳିତ ନ ହୁଅନ୍ତି, ସେଥିପ୍ରତି ପିସିଆଇ ଏକ ନୈତିକ ନିରୀକ୍ଷଣକାରୀ ସଂସ୍ଥା ଭାବେ କାର୍ଯ୍ୟ କରିଥାଏ। ନଭେମ୍ବର ୧୬ ତାରିଖ ଗଣମାଧ୍ୟମର ସ୍ବାଧୀନତା, କର୍ତ୍ତବ୍ୟ ଓ ନାଗରିକଙ୍କ ପ୍ରତି ଥିବା ଦାୟିତ୍ବବୋଧକୁ ପ୍ରଦର୍ଶନ କରିଥାଏ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post