ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା ପୋଷକ ତତ୍ତ୍ୱ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଜାଣନ୍ତୁ ଏହାର ଏକାଧିକ ଉପକାରିତା ସମ୍ପର୍କରେ…ଗ୍ୟାସ୍, ଏସିଡିଟି, ବଦହଜମୀ ଭଳି ସମସ୍ୟା ବର୍ତ୍ତମାନ ଅନେକଙ୍କଠାରେ ଦେଖିବାକୁ ମିଳୁଛି। ଜିରା ଖାଇଲେ ଖାଦ୍ୟ ହଜମରେ ସାହାଯ୍ୟ କରୁଥିବା ଏନ୍ଜାଇମ୍ ବୃଦ୍ଧି ହୋଇଥାଏ। ଫଳରେ ଏଭଳି ସମସ୍ୟା ଦୂରକରିବା ଲାଗି ଜିରା ସବୁଠୁ ଭଲ ପ୍ରାକୃତିକ ଔଷଧ ଭାବେ କାମ କରିଥାଏ।
ଜିରାରେ ଆଇରନ୍ ମାତ୍ରା ଅଧିକ। ତେଣୁ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିବା ଦ୍ୱାରା ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ଯୋଗୁ ଶରୀରରୁ ହେଉଥିବା ଆଇରନ୍ କ୍ଷୟ ଏବଂ ଏଥିନେଇ ହେଉଥିବା ଦୁର୍ବଳତା ଦୂରହୋଇଥାଏ। ଏହା ହିମୋଗ୍ଲୋବିନ୍ ମାତ୍ରା ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
ଋତୁସ୍ରାବରେ ଅନିୟମିତତା ଦେଖାଦେଉଥିଲେ ୧ ଗ୍ଲାସ୍ ପାଣିରେ ୧ ଚାମଚ ଜିରା ମିଶାଇ ଫୁଟାନ୍ତୁ ଏବଂ ଥଣ୍ଡାକରି ଉକ୍ତ ପାଣିକୁ ପିଅନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ସମସ୍ୟା ଦୂରହୋଇପାରିବ।ଜିରାରେ ଭରି ରହିଛି ପ୍ରଚୁର ପରିମାଣରେ ଭିଟାମିନ୍ ଇ; ଯାହାକି ତ୍ୱଚା ପାଇଁ ଉପକାରୀ। ଏଥିରେ ଥିବା ଅନ୍ୟାନ୍ୟ ପଦାର୍ଥ ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରିଥାଏ।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Prev Post
Next Post