ସାଧାରଣତଃ ଲେମ୍ବୁର ବ୍ୟବହାର ବିଭିନ୍ନ ପୂଜା, ଦେବ କାର୍ଯ୍ୟ, ନୂତନ ବାସଗୃହରେ ପ୍ରବେଶ ବେଳେ, ଯାନବାହନ ଆଦିର ପୂଜା ତଥା ଯେ କୌଣସି ଶୁଭାଶୁଭ ପୂଜା କାର୍ଯ୍ୟରେ ହୋଇଥାଏ। ଲେମ୍ବୁରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଛି। ଲଣ୍ଡନ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀଙ୍କ ଦ୍ୱାରା ହୋଇଥିବା ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ନିୟମିତ ଲେମ୍ବୁ ଖାଆନ୍ତି ତେବେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ପୂର୍ବାପେକ୍ଷା ଆହୁରି ଦୃଢ଼ ହୋଇଥାଏ। କେବଳ ସେତିକି ନୁହେଁ, ରକ୍ତହୀନତା ଦୂର କରିବା, ଜୀର୍ଣ୍ଣ ଶକ୍ତି ବୃଦ୍ଧି କରାଇଥାଏ। ଏହାବ୍ୟତୀତ ଉଷୁମପାଣିରେ ଏକ ଫାଳ ଲେମ୍ଭୁ ରସ ମିଶାଇ ପ୍ରତିଦିନ ସେବନ କଲେ ମୋଟାପଣ ହ୍ରାସ ପାଇଥାଏ। ଏହା ହୃଦ୍ଜନିତ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିଥାଏ। କିଡ୍ନୀ ଷ୍ଟୋନ୍କୁ ପ୍ରତିରୋଧ କରିବାର ଶକ୍ତି ମଧ୍ୟ ଏହାର ରହିଛି। ରୋଗ ପ୍ରତିିରୋଧକ ଶକ୍ତିକୁ ଏହା ଦୃଢ଼ କରିବା ସହ ଶରୀରରେ ବିଭିନ୍ନ ପ୍ରକାର ଭୂତାଣୁ ଜନିତ ରୋଗକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ। ହେଲେ ଆବଶ୍ୟକତାଠାରୁ ମାତ୍ରାଧିକ ଲେମ୍ବୁରସ ସେବନ କରିବା ଅନୁଚିତ। ଏହାଦ୍ୱାରା ଛାତି ଜ୍ୱାଳା, ବାନ୍ତି, ଓକାର ଲାଗିବା ସହ ଆମାଶୟ ଜନିତ ସମସ୍ୟା ଦେଖାଯାଏ। ତେଣୁ ଦିନରେ ଅତିବେଶିରେ ୨ ଗୋଟି ଲେମ୍ଭୁ ଖାଇବା ଉଚିତ। ଦୈନନ୍ଦିନ ଖାଦ୍ୟ ତାଲିକାରେ ଲେମ୍ବୁ ସାମିଲ କଲେ ତାହା ଆମକୁ ଅନେକାଂଶରେ ସୁସ୍ଥ ତଥା ନୀରୋଗ ରଖିପାରିବା।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା