ଅନେକ ପ୍ରକାରର ମିନେରାଲ୍ସ ଏବଂ ଭିଟାମିନ ରହିଛି। ମଣିଷ ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଆଜିକାଲି ଏହି ମିନେରାଲ୍ସ ଯୋଗାଇବା ପାଇଁ ଅନେକ ଟାବ୍ଲେଟ ମଧ୍ୟ ବଜାରକୁ ଆସିଛି। କିନ୍ତୁ ଯଦି ଆପଣ ନିଜ ଶରୀରକୁ ସୁସ୍ଥ ଉପାୟରେ ସୁସ୍ଥ ରଖିବାକୁ ଚାହାନ୍ତି, ତେବେ ଏଥିପାଇଁ ଆପଣ ପନିପରିବା ଏବଂ ଫଳ ଖାଇପାରିବେ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ଫଳ ଏବଂ ପନିପରିବା ଯାହା ସୁସ୍ଥ ବୋଲି ବିବେଚନା କରାଯାଏ, ତାହା ମଧ୍ୟ ବିଷାକ୍ତ ହୋଇପାରେ।ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯେଉଁମାନେ କି ଭାବନ୍ତି ଯେ, ପନିପରିବା ରସ ପିଇବା ଆପଣଙ୍କୁ ସୁସ୍ଥ ରଖିବ, ତେବେ ସାବଧାନ ରୁହନ୍ତୁ। କିଛି ଲୋକ ସ୍ବାସ୍ଥ୍ୟ ଉପକାରିତା ପାଇଁ ଲାଉ ଜୁସ୍ ପିଇଥାନ୍ତି। ମାତ୍ର ଏହି ଜୁସ୍ ପିଇବା ପୂର୍ବରୁ ନିଶ୍ଚିତ ଭାବରେ ଏହାର ସ୍ବାଦ ଯାଞ୍ଚ କରନ୍ତୁ। ଯଦି ଆପଣ ଲାଉର ସ୍ବାଦ ଚାଖିବା ସମୟରେ ତିକ୍ତତା ଅନୁଭବ କରନ୍ତି, ତେବେ ଭୁଲ୍ରେ ମଧ୍ୟ ଏହାର ରସ ତିଆରି କରନ୍ତୁ ନାହିଁ। ବାସ୍ତବରେ ପନିପରିବାରେ ଏହି ତିକ୍ତତା କାକୁର୍ବିଟାସିନ କାରଣରୁ ହୋଇଥାଏ। ଯାହା ଏକ ସାଇଟୋଟକ୍ସିକ। ଏହା ମାନବ ଶରୀର ପାଇଁ ବିଷ ସଦୃଶ। ଯଦି ଆପଣ ଏପରି ଲାଉ ରସ ପିଅନ୍ତି, ତେବେ ଆପଣ ଅନେକ କ୍ଷତିର ସାମ୍ନା କରିବେ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post
Next Post