ପିଲାଠୁ ବୁଢ଼ା ସମସ୍ତଙ୍କର ମହୁ ପ୍ରିୟ ଥାଏ। ମହୁର ସ୍ବାଦ କାହାକୁ ବା ଭଲ ନ ଲାଗେ।ଏହାର ସ୍ବାଦ ଯେମିତି, ଗୁଣ ବି ସେମିତି। ଏହାର ଓଷଧୀୟ ଗୁଣ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ଓ ନୀରୋଗ ରଖେ। ଓଜନ କମାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସକାଳେ ଖାଲି ପେଟରେ ଏବଂ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ସହ ଲେମ୍ବୁ ରସ ଓ ଏକ ଚାମଚ ମହୁ ମିଶାଇ ପିଇଲେ ଓଜନ ହ୍ରାସ ପାଏ। ଏହାର ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ଶରୀରରେ ରକ୍ତ ସଂଚାଳନକୁ ସକ୍ରିୟ ରଖିଥାଏ। ଫଳରେ ହାର୍ଟ-ଆଟାକ୍, ଷ୍ଟ୍ରୋକ୍ ଓ କ୍ୟାନ୍ସର ଭଳି ଭୟଙ୍କର ରୋଗରୁ ଏହା ଆମକୁ ରକ୍ଷା କରିଥାଏ। ଉଚ୍ଚ ରକ୍ତଚାପ ବ୍ୟତୀତ ଶରୀରରେ ଶର୍କରାର ପରିମାଣକୁ ମଧ୍ୟ ସନ୍ତୁଳିତ ରଖେ। ସାଧାରଣତଃ ଡାଇବେଟିସ ଥିବା ଲୋକମାନଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ। କିନ୍ତୁ ମହୁ ସେମାନଙ୍କ ପାଇଁ ବେଶ୍ ଉପଯୋଗୀ। ରକ୍ତହୀନତା ସମସ୍ୟା ସହ ଜଡିତ ବ୍ୟକ୍ତିମାନଙ୍କ ପାଇଁ ମହୁ ବେଶ୍ ହିତକର। ଏହାକୁ ସେମାନେ ପ୍ରତିଦିନ ନିଜ ଦୈନନ୍ଦିନ ଖାଦ୍ୟରେ ଖାଇପାରିବେ। ଛୋଟ ପିଲାମାନଙ୍କୁ ମୁଖ୍ୟତଃ ସର୍ଦ୍ଦି, କାଶ ଓ କଫ ବେଶି ହୋଇଥାଏ। ସେମାନଙ୍କ ପାଇଁ ଏହା ବରଦାନ ସଦୃଶ। ଘରୋଇ ଉପଚାର ଭାବେ ମହୁ ସହ କ୍ଷୀର ମିଶାଇ ପିଇବା ଦ୍ୱାରା ସେମାନଙ୍କୁ ଆରାମ ମିଳିଥାଏ। ଆମ ଶରୀରର କୌଣସି ସ୍ଥାନରେ ଯଦି ଘା’ ହୋଇଛି କିମ୍ବା କଟିଯାଇଛି, ତେବେ ସେହି ସ୍ଥାନରେ ମହୁକୁ ଆମେ ଲଗାଇ ପାରିବା।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା