ମଙ୍କିପକ୍ସ ଆତଙ୍କ 

କରୋନା ପରେ ମଙ୍କିପକ୍ସ ଆତଙ୍କ । ଆଫ୍ରିକାରେ ମଙ୍କିପକ୍ସ ସାଙ୍ଘାତିକ ରୂପ ନେବପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ୨୦୨୨ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଚଳିତବର୍ଷ ଆଫ୍ରିକାରେ ପ୍ରାୟ ୩୦ ହଜାର ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତ । ୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ୨୦୨୨ମଙ୍କିପକ୍ସ ୧୧୬ ଟି ଦେଶକୁ ବ୍ୟାପିଥିଲା ।  ଲକ୍ଷେରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାପରେ ସ୍ବାସ୍ଥ୍ୟ ସଂଗଠନ ଇମରଜେନ୍ସି ଘୋଷଣା କରିଥିଲା । ଏବେ ପୁଣିଥରେ ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ହୁ ପରାମର୍ଶ ଦେଇଛି । ଭାଇରସ ସଂକ୍ରମଣ ଆଫ୍ରିକା ସହ ଅନ୍ୟ ମହାଦେଶକୁ ବ୍ୟାପିବା ଆଶଙ୍କା ବଢୁଛି ।