ବାତ ମାରିବାକୁ ‘ଫିଟ୍ସ’ ବୋଲି କହନ୍ତି। ମସ୍ତିଷ୍କର ସ୍ନାୟୁକୋଷମାନ ସଦାସର୍ବଦା ସକ୍ରିୟ। ସେକେଣ୍ଡ ପ୍ରତି ପାଖାପାଖି ୮୦ ଥର ସ୍ନାୟୁ ସଂକେତ ପ୍ରେରଣ କରିବା ମସ୍ତିଷ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରି ନଥାଏ। କିନ୍ତୁ ଯେଉଁମାନଙ୍କଠାରେ ଏପିଲେପ୍ସୀ ଥାଏ, ସେମାନଙ୍କ କ୍ଷେତ୍ରରେ ଏହି ସଙ୍କେତ ପ୍ରେରଣ ସେକେଣ୍ଡ ପ୍ରତି ୮୦ ଥର ସୀମିତ ନ ରହି ହଠାତ୍ ୫୦୦ କିମ୍ବା ତତୋଽଧିକ ସ୍ତରକୁ ଉଠିଯାଏ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଧାଅଧି ରୋଗୀଙ୍କ କ୍ଷେତ୍ରରେ ବାତ ମାରିବାର କୌଣସି କାରଣ ହଠାତ୍ ଜଣାପଡି ନ ଥାଏ। ଏପିଲେପ୍ସୀ ରହିଥିବା ଦୁଇଟି ପରିବାର ବିବାହ ସମ୍ପର୍କରେ ଜଡ଼ିତ ହୋଇପଡ଼ିଲେ ସନ୍ତାନମାନଙ୍କୁ ଏପିଲେପ୍ସୀ ହେବାର ଆଶଙ୍କା ଅଧିକ। ଗନ୍ଧ ଛାଡ଼ିବାର କିଛି କୁଆଡ଼େ ସୂଚନା ନ ଥାଇ ହଠାତ୍ ଗନ୍ଧ ବାରିବାର ଅନୁଭବ ହେବା, କୌଣସି ସୋର୍ଶବ୍ଦ ନ ଥାଇ ହଠାତ୍ ଶବ୍ଦ ଶୁଣିବାର ଅନୁଭବ ହେବା, ପାଟି ଭିତରେ କିଛି ନ ଥାଇ ଆକସ୍ମିକ ଭାବରେ ସ୍ବାଦ ଅନୁଭବ କରିବା, କୌଣସି ଅସ୍ବସ୍ତି ନ ଥାଇ ପେଟରେ ହଠାତ୍ ଅସ୍ବସ୍ତି ଅନୁଭବ କରିବା, ଆଖି ସାମ୍ନାରେ ହଠାତ୍ ଆଲୁଅ ଚକ୍ମକ୍ କରିବା ଇତ୍ୟାଦି ହେଉଛି ବାତ ମାରିବାର କେତୋଟି ପ୍ରମୁଖ ଲକ୍ଷଣ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post