ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷଙ୍କ ଖୁବ୍ ମହତ୍ତ୍ୱ ରହିଛି। ଏହି ବୃକ୍ଷ ପୂଜନୀୟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଆୟୁର୍ବେଦରେ ଜଡି-ବୁଟୀ ଭାବେ ଏହାର ବ୍ୟବହାର କରାଯାଏ। ତୁଳସୀ ପତ୍ରରେ ୧୦୦ରୁ ଅଧିକ ରୋଗକୁ ନଷ୍ଟ କରିବାର କ୍ଷମତା ରହିଛି। ଏହା ଅନେକ ଔଷଧୀୟ ଗୁଣରେ ଭରପୁର। ତୁଳସୀ ପତ୍ରକୁ ସଠିକ୍ ଉପାୟରେ ଏହାର ବ୍ୟବହାର କରାଗଲେ, ମାନସିକ ଦୁଃଶ୍ଚିନ୍ତା ଠାରୁ ଆରମ୍ଭ କରି ଅନେକ ରୋଗରୁ ମୁକ୍ତି ମିଳିପାରିବ। ଜାଣନ୍ତୁ..
ତୁଳସୀପତ୍ରକୁ ପିଲାଙ୍କୁ ଥଣ୍ଡାକାଶ ଠାରୁ ଆରମ୍ଭ କରି ଗଳାରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଏ। ଏହାର ଲାଭ ପାଇବା ପାଇଁ ତୁଳସୀପତ୍ରକୁ ମହୁ ସହ ସେବନ କରନ୍ତୁ। ଏକ ଚାମଚ ତୁଳସୀପତ୍ର ରସରେ ଏକ ଚାମଚରୁ କମ୍ ମହୁ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ।
ବିଶେଷଜ୍ଞଙ୍କ ମତାନୁସାରେ ଖାଲି ପେଟରେ ତୁଳସୀପତ୍ର ଚୋବାଇ ଖାଆନ୍ତୁ। ନିୟମିତ ଭାବେ ଖାଲି ପେଟରେ ତୁଳସୀ ପତ୍ର ଚୋବାଇ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ।
ତୁଳସୀପତ୍ରକୁ ଚା’ ଭାବେ ପ୍ରସ୍ତୁତ କରି ମଧ୍ୟ ପିଇପାରିବେ। କ୍ଷୀର ଚା’ରେ ତୁଳସୀପତ୍ର ପକାଇ ଏହାର ସେବନ କଲେ, ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ଶରୀରକୁ ମାରାତ୍ମକ ରୋଗରୁ ରକ୍ଷା କରିଥାଏ।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଶରୀରକୁ ସୁସ୍ଥ ରଖିବା ପାଇଁ ତୁଳସୀପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥି ପାଇଁ ତୁଳସୀପତ୍ରରେ କାଢା ପ୍ରସ୍ତୁତ କରି ପିଇପାରିବେ। ଏଥିପାଇଁ ୧ କପ ପାଣି ନିଅନ୍ତୁ,୧୨ରୁ ୧୪ଟି ତୁଳସୀ ପତ୍ର, ଅଳ୍ପ ଅଦା ପକାଇ କିଛି ସମୟ ଫୁଟାଇବା ପରେ ଏହାକୁ ଛାଣି ପିଅନ୍ତୁ।
ତୁଳସୀପତ୍ରର ଜୁସ୍ ଗଳା କୁଣ୍ଡାଇ ହେବା,ଗଳା ଯନ୍ତ୍ରଣା ଠାରୁ ଆରମ୍ଭ କରି ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ। ୧୦ ରୁ ୧୫ଟି ତୁଳସୀପତ୍ରର ରସକୁ ଏକ ଗ୍ଲାସ ପାଣିରେ ମିଶାନ୍ତୁ। ଏହାକୁ ସେବନ କରିବା ଦ୍ୱାରା ପେଟ ଜନିତ ସମସ୍ୟା ଠାରୁ ଆରମ୍ଭ କରି ଓଜନ ହ୍ରାସ ହେବାରେ ମଧ୍ୟ ସହାୟକ ହୋଇଥାଏ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post