ପ୍ରାୟ ଅଧିକାଂଶ କାମ ଅନଲାଇନ୍ ମାଧ୍ୟମରେ ହୋଇଯାଏ । କର୍ମଜୀବୀ ଲୋକମାନେ ପ୍ରାୟ ସମୟ କମ୍ପ୍ୟୁଟର, ଲାପ୍ଟପ୍, ଟାବଲେଟ୍ ଭଳି ବୈଦ୍ୟୁତିକ ଉପକରଣ ସାମ୍ନାରେ ବିତାଇଥାନ୍ତି । । ଏହା ପରେ ଅଫିସରୁ ଫେରିଲା ପରେ ମଧ୍ୟ ସେମାନେ ସ୍ମାର୍ଟ ଫୋନ ସହ ନିଜକୁ ବ୍ୟସ୍ତ ରଖିଥାନ୍ତି । କହିବାକୁ ଗଲେ ଆଜିକାଲି ସ୍ମାର୍ଟଫୋନ ଏବଂ ଟାବଲେଟ୍ ଭଳି ବୈଦ୍ୟୁତିକ ଉପକରଗୁଡ଼ିକ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି । ତେବେ ଅଧିକ ସମୟ ଏହି ସବୁ ବୈଦ୍ୟୁତିକ ଉପକରଣର ବ୍ୟବହାର କରିବା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ବିଶେଷକରି ଆଖି । ଆଖି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ । ଏହି ସବୁ ବୈଦ୍ୟୁତିକ ଉପକରଣରୁ ବାହାରୁଥିବା ‘ବ୍ଲୁ ଲାଇଟ୍’ ଆଖି ପାଇଁ କ୍ଷତିକାରକ । ଆଖିରେ ଶୁଷ୍କତା, ଖିଚ୍ଖିଚ୍, ଅସ୍ପଷ୍ଟ ଦେଖାଯିବା ଏବଂ ଆଖିରୁ ପାଣି ବାହାରିବା ଭଳି ସମସ୍ୟା ଦେଖାଦେଇଥାଏ । ଏହା ଦ୍ୱାରା ‘ଡିଜିଟାଲ ଷ୍ଟ୍ରେନ୍’ ହୋଇଥାଏ । ଡିଜିଟାଲ ଷ୍ଟ୍ରେନ୍ ଅର୍ଥ ସ୍ମାର୍ଟଫୋନ୍, ଲାପ୍ଟପ୍, ଟିଭି, ଭିଡ଼ିଓ ଗେମ୍ ଆଦିର ବଦ୍ଅଭ୍ୟାସ । ଏହା ଆଖି ଉପରେ ଅଧିକ ଚାପ ପକାଇବା ସହ ଆଖିର ଦୃଷ୍ଟି ଶକ୍ତି ଦୁର୍ବଳ ହେବା ଭିଳି ଅନେକ ସମସ୍ୟା ଦେଖାଦେଇଥାଏ । ଏହି ସବୁ ଲକ୍ଷଣ ସହ ଯଦି ଆପଣ ମୁଣ୍ଡ ବିନ୍ଧା ଏବଂ ବେକରେ ଯନ୍ତ୍ରଣା ଅନୁଭବ କରନ୍ତି ତେବେ ଭାବିବେ ଆପଣ ଡିଜିଟାଲ ଷ୍ଟ୍ରେନ୍ର ଶିକାରେ ହୋଇଛନ୍ତି । ଏହା ସତର୍କର ଘଣ୍ଟି । ତେବେ ନିମ୍ନଲିଖିତ କିଛି ଉପାୟ ଆପଣାଇବା ଦ୍ୱାରା ଆମେ ଆଖିକୁ ଡିଜିଟାଲ ଷ୍ଟ୍ରେନରୁ ରକ୍ଷା କରିପାରିବା ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Prev Post
Next Post