ଟମାଟୋ ଖାଉଥିଲେ ଜାଣି ରଖନ୍ତୁ

ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ।

-ଟମାଟୋରେ କ୍ୟାଲ୍‌ସିୟମ ଓ ଫସ୍‌ଫରସ୍‌ ରହିଥାଏ। ଏହା ହାଡ଼କୁ ମଜଭୂତ କରିଥାଏ।

-ଟମାଟୋରେ ଭିଟାମିନ୍‌ ଏ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଆଖିର ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

-ପାଚନତନ୍ତ୍ରକୁ ସକ୍ର୍ରିୟ ନ କରାଇଲେ ମଧ୍ୟ ଏହା ଗ୍ୟାସ୍‌ ସମସ୍ୟା ଦୂର କରିଥାଏ।

– ଏହା ଶ୍ୱାସନଳି ସଫା କରିବାରେ ସାହଯ୍ୟ କରିବା ଯୋଗୁ ଶ୍ୱାସ ସମସ୍ୟା ସୃଷ୍ଟି ହୋଇ ନ ଥାଏ।

-ମଧୁମେହ ଓ ହୃଦ୍‌ରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ । ଯଦି ଏହାକୁ ସେମାନେ ନିୟମିତ ଖାନ୍ତି ତେବେ ଲାଭବାନ ହେବେ।

-ଏଥିରେ ଭିଟାମିନ୍‌ ପରିମାଣ ଅଧିକ ଥିବାରୁ ଏହାକୁ ଖାଇବା ଫଳରେ ଚର୍ମ କୁଞ୍ଚନ ଦେଖାଯାଇ ନ ଥାଏ

ରାଜ୍ୟରେ ପ୍ରତିଷ୍ଠା ହେବ 3 ଟି ସମନ୍ୱିତ ଆୟୁଷ ଚିକିତ୍ସାଳୟ

ଆୟୁଷ ଚିକିତ୍ସାର ଉନ୍ନତି ପାଇଁ ରାଜ୍ୟ ସରକାର ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱରସ୍ଥିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହା କହିଛନ୍ତି। ଏଥି ସହିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ନୂତନ ଏମରଜେନ୍ସି ୟୁନିଟର ଶିଳାନ୍ୟାସ କରିବା ସହିତ କଲେଜ୍‌ରେ ଏକ  ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ରକ୍ତଦାନ ଶିବିରର ଉଦ୍‌ଘାଟନ ମଧ୍ୟ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ହୋମିଓପାଥିକ୍ ଶିକ୍ଷାର ପ୍ରସାର ଓ ହୋମିଓପାଥିକ୍ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ଦିଗରେ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅବଦାନ ଅତୁଳନୀୟ। ଏହି କଲେଜ୍ ରାଜ୍ୟର ଏକ ପ୍ରତିଷ୍ଠିତ କଲେଜ୍। ହୋମିଓପାଥିକ୍ ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଏହା କେବଳ ରାଜ୍ୟ କାହିଁକି, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। ଦୀର୍ଘ ୫୬ ବର୍ଷ ଧରି ଏହା ଅବିରତ ଭାବେ ଶିକ୍ଷାର ପ୍ରସାର କରି ଚାଲିଛି ଏବଂ ଅନେକ ସୁନାମଧନ୍ୟ ଡାକ୍ତର ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଏହି ମହାବିଦ୍ୟାଳୟର ଏକ ବିଶେଷତ୍ୱ ହେଉଛି ଯେ, ଏହା ଏକ ହୋମିଓପାଥିକ ଔଷଧ ତିଆରି କାରଖାନା ପରିଚାଳନା କରୁଛି। ଏଥିରୁ ପ୍ରସ୍ତୁତି ଔଷଧ ବିଭିନ୍ନ ହସ୍ପିଟାଲକୁ ଯୋଗାଇ ଦିଆଯାଉଛି। ଏହା ନିଶ୍ଚିତ ଭାବେ ଖୁବ୍ ପ୍ରଶଂସାଯୋଗ୍ୟରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଉଦ୍ୟମ କରିଚାଲିଛନ୍ତି। ଅନୁସନ୍ଧାନରୁ ଜଣାଯାଇଛି ଯେ, ସାରା ଭାରତର ଆୟୁଷ ଅର୍ଥନୀତିର ପ୍ରାୟ ୧୫ ପ୍ରତିଶତ ହୋମିଓପାଥିକ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ପରିଚାଳିତ। ରାଜ୍ୟରେ ବର୍ତ୍ତମାନ ଏହି ମହାବିଦ୍ୟାଳୟକୁ ମିଶାଇ ୪ଟି ସରକାରୀ ହୋମିଓପାଥିକ୍ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଅଛି। ଏହା ସହିତ ୫୬୨ଟି ସରକାରୀ ହୋମିଓପାଥିକ୍ ଡାକ୍ତରଖାନା ମଧ୍ୟ ଅଛି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ବଜେଟ୍‌ରେ ୨୩ ହଜାର ୬୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ରାଜ୍ୟ ବଜେଟ୍‌ର ୮ ପ୍ରତିଶତରୁ ଅଧିକ । ଏଥିରୁ ଆପଣମାନେ ଅନୁମାନ କରିପାରୁଥିବେ ଯେ ଆମେ ସ୍ୱାସ୍ଥ୍ୟକ୍ଷେତ୍ରକୁ କେତେ ଗୁରୁତ୍ୱ ଦେଉଛୁ।  ଆମ ସରକାର ଆସିବା ପରେ ଏହାକୁ ଓଡିଶାରେ କାର୍ଯ୍ୟକାରୀ କଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଦ୍ୱାରା ରାଜ୍ୟର ଏକ କୋଟିରୁ ଅଧିକ ଲୋକ ଦେଶର ୨୯ ହଜାର ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଇ ପାରୁଛନ୍ତି।

ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଇନ-ପେସେଣ୍ଟ ଏବଂ ଟ୍ରମା କେୟାର ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର  କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଇନ-ପେସେଣ୍ଟ ଏବଂ ଟ୍ରମା କେୟାର ସେବାର ଶୁଭାରମ୍ଭ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ନାୟକଙ୍କ ଜନ୍ମବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବହୁତ ଅଧିକ। କେଉଁଝର ଭଳି ଜିଲ୍ଲାଗୁଡ଼ିକରେ ଖଣି କାର୍ଯ୍ୟ ପାଇଁ ବହୁ ସଂଖ୍ୟକ ଯାନବାହାନ ଚଳାଚଳ ହେଉଛି। ଆଗାମୀ ଦିନରେ ନୂତନ ଶିଳ୍ପ ପ୍ରତିଷ୍ଠା ହେବ ଏବଂ ଭିତ୍ତିଭୂମି ବିକାଶ କରାଯିବ।ଜିଲ୍ଲାରେ ଯାନବାହାନ ଚଳାଚଳ ଆହୁରି ବୃଦ୍ଧି ପାଇବ। ତେଣୁ, ଦୁର୍ଘଟଣାଜନିତ ମୃତ୍ୟୁରୁ ଲୋକଙ୍କୁ ରକ୍ଷା କରିବାରେ ଏକ ଟ୍ରମା କେୟାର ୟୁନିଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।ସରକାର ଗଠନ କରିବାର କିଛି ଦିନ ମଧ୍ୟରେ, ସମସ୍ତ ଖଣି ଜିଲ୍ଲାରେ ଥିବା ମେଡିକାଲ କଲେଜଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, କେନ୍ଦୁଝରରେ ଏପରି ଏକ ସୁବିଧା ଉଦ୍‌ଘାଟନ କରାଯାଇଛି ଏବଂ ଅନ୍ୟ ଖଣି ଜିଲ୍ଲାରେ ମଧ୍ୟ ସମାନ ଟ୍ରମା କେୟାର ସେଣ୍ଟର ଖୁବ୍ ଶୀଘ୍ର ପ୍ରତିଷ୍ଠା କରାଯିବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ସରକାର ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ହସ୍ପିଟାଲଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ ​​କରାଯାଉଛି ଏବଂ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ସେ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ଖୁବ୍ ଶୀଘ୍ର ଆଉ ଚାରୋଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ହେବ।

କ୍ଷୀର ସହିତ ଖାଆନ୍ତୁ ଏହି ଜିନିଷ ମିଳିବ ଶକ୍ତି

ଅଧିକାଂଶ ମହିଳା ଘର କାମରେ ଏମିତି ବ୍ୟସ୍ତ ହୋଇଯାଆନ୍ତି ଯେ ନିଜ ଖାଇବା-ପିଇବା ବି ଭୁଲିଯାଆନ୍ତି। ଏହା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ବହୁ ସଂଖ୍ୟକ ମହିଳା ରକ୍ତହୀନତା ସମେତ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୁଅନ୍ତି ଏବଂ ଦୁର୍ବଳତାର ସମ୍ମୁଖୀନ ହୁଅନ୍ତି।

ଯଦି ଆପଣ ମଧ୍ୟ ଦୁର୍ବଳତା ଅନୁଭବ କରୁଛନ୍ତି, ତେବେ ଆପଣ ଏଥିପାଇଁ କିଛି ଆୟୁର୍ବେଦିକ ଉପଚାର ଗ୍ରହଣ କରିବା ଉଚିତ। ଏହା ଦ୍ଵାରା କିଛି ଦିନ ମଧ୍ୟରେ ଦୁର୍ବଳତା ଦୂର ହୋଇଯିବ ଏବଂ ଶରୀର ନୂଆ ଜୀବନ ପାଇବ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ କ୍ଷୀର ସହିତ ୨ଟି ଖଜୁରୀ ଖାଇବାକୁ ପଡିବ। ତେବେ ଆସନ୍ତୁ ଏହାର ଉପକାରିତା ବିଷୟରେ ଜାଣିବା।ବିଶେଷଜ୍ଞଙ୍କ ମତରେ ଖଜୁରି ଏବଂ କ୍ଷୀର ଉଭୟ ଲାଭଦାୟକ ଜିନିଷ। ଯେତେବେଳେ ଏହି ଦୁଇଟିକୁ ଏକାଠି ସେବନ କରାଯାଏ, ଏହାର ଲାଭ ଦ୍ୱିଗୁଣିତ ହୋଇଯାଏ। ଖଜୁରି ଏବଂ କ୍ଷୀରର ମିଶ୍ରଣ ବିଶେଷକରି ମହିଳାଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ।

ଖଜୁରିରେ ଲୌହ, ଫାଇବର, ପୋଟାସିୟମ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ମିଳିଥାଏ। ସେହିପରି କ୍ଷୀର ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ଭିଟାମିନର ଏକ ଭଲ ଉତ୍ସ। ପ୍ରତିଦିନ କ୍ଷୀର ସହିତ ଖଜୁରି ଖାଇବା ଦ୍ୱାରା ମହିଳାମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ।

ଆୟୁର୍ବେଦ ମତରେ, ମହିଳାମାନେ ପ୍ରାୟତଃ ରକ୍ତହୀନତାର ଶିକାର ହୁଅନ୍ତି, ଯାହାଦ୍ୱାରା ସେମାନେ ଦୁର୍ବଳ ଅନୁଭବ କରନ୍ତି। ବିଶେଷକରି ମାସିକ ଋତୁସ୍ରାବ ଏବଂ ଗର୍ଭାବସ୍ଥାରେ ରକ୍ତହୀନତାର ସମସ୍ୟା ବୃଦ୍ଧି ପାଏ।

ଖଜୁର ଲୌହର ଏକ ଭଲ ଉତ୍ସ ଏବଂ ଶରୀରରେ ହିମୋଗ୍ଲୋବିନ୍ ବୃଦ୍ଧି କରିବାରେ ସାହାଯ୍ୟ କରେ। କ୍ଷୀର ସହିତ ପିଇଲେ, ଏହି ମିଶ୍ରଣ ଶରୀରରେ ଲୌହ ଶୋଷଣକୁ ଅଧିକ ପ୍ରଭାବଶାଳୀ କରିଥାଏ। ଏହା ଥକ୍କାପଣ, ମୁଣ୍ଡ ବୁଲାଇବା ଏବଂ ଦୁର୍ବଳତା ଭଳି ସମସ୍ୟାକୁ ଦୂର କରେ।

ବିଶେଷଜ୍ଞଙ୍କ ମତରେ, ମହିଳାମାନଙ୍କ ହାଡ଼ ଦୁର୍ବଳ ହେବାର ଆଶଙ୍କା ଅଧିକ ଥାଏ। ବିଶେଷକରି ୪୦ ବର୍ଷ ବୟସ ପରେ ଏହି ବିପଦ ଅଧିକ ଦେଖାଦିଏ। କ୍ଷୀର ଏବଂ ଖଜୁରିର ମିଶ୍ରଣ କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ରେ ଭରପୂର, ଯାହା ହାଡ଼କୁ ମଜବୁତ କରେ ଏବଂ ଅଷ୍ଟିଓପୋରୋସିସ୍‌ ଭଳି ରୋଗକୁ ରୋକେ।

ମହିଳାମାନେ ହର୍‌ମୋନ୍‌ ଅସନ୍ତୁଳନ, ଋତୁସ୍ରାବ ଅନିୟମିତତା ଏବଂ ମନୋଭାବ ପରିବର୍ତ୍ତନ ଭଳି ସମସ୍ୟାର ମଧ୍ୟ ସମ୍ମୁଖୀନ ହୁଅନ୍ତି। ଖଜୁରିରେ ପ୍ରାକୃତିକ ସୁଗାର୍ ଏବଂ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ମାନସିକ ଚାପ କମ କରିଥାଏ ଏବଂ ମନୋଭାବରେ ଉନ୍ନତି ଆଣିଥାଏ।

କ୍ଷୀରରେ ଥିବା ଟ୍ରିପ୍ଟୋଫାନ୍ ନାମକ ଆମିନୋ ଏସିଡ୍ ନିଦକୁ ଭଲ କରେ ଏବଂ ମାନସିକ ଶାନ୍ତି ପ୍ରଦାନ କରେ। ଏହି ମିଶ୍ରଣ ଏକ ବିୟୁଟି ସପ୍ଲିମେଣ୍ଟ୍ ଭାବରେ ମଧ୍ୟ କାମ କରେ।

ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଏହି ୬ ପ୍ରକାର ଅଟା, ଜାଣନ୍ତୁ କଣ

ଆପଣ ପ୍ରତିଦିନ ରୁଟି ଖାଉଥିବେ। ଭାରତରେ ଭାତ-ଡାଲମା ସହିତ, ରୁଟି-ସନ୍ତୁଳା ଏବଂ ରୁଟି- ଡାଲମା ହେଉଛି ଲୋକଙ୍କ ମୁଖ୍ୟ ଖାଦ୍ୟ। ଏଠାକାର ଲୋକମାନେ ପ୍ରତିଦିନ ଗହମ ଅଟା ରୁଟି ନିଶ୍ଚିତ ଭାବରେ ଖାଆନ୍ତି। ଏହି ଶସ୍ୟ ବହୁତ ପୁଷ୍ଟିକର ଏବଂ ସ୍ବାସ୍ଥ ପାଇଁ    ହୀତକର ମଧ୍ୟ।

ତଥାପି, ଆପଣ ଗହମ ଅଟାକୁ ଅନ୍ୟ କିଛି ଶସ୍ୟର ଅଟା ସହିତ ମିଶାଇ ମଧ୍ୟ ଖାଇପାରିବେ। ଆମେ ଆପଣଙ୍କୁ ଏପରି କିଛି ପୁଷ୍ଟିକର ଅଟା ବିଷୟରେ କହିବୁ, ଯାହା ଭାରତରେ ବହୁତ ବ୍ୟବହାର କରାଯାଏ। ଏହା ଏପରି ଅଟା ଯାହାକୁ ଆପଣ ଯେକୌଣସି ଋତୁରେ ଖାଇପାରିବେ। ବିଶେଷ କଥା ହେଉଛି ଏଗୁଡ଼ିକ ସବୁ ଗ୍ଲୁଟେନ୍ ମୁକ୍ତ ମଧ୍ୟ।

ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ୬ଟି ଅଟା –
ଗହମ ଅଟା:

ଭାରତର ଲୋକମାନେ ଗହମ ଅଟା ସବୁଠାରୁ ଅଧିକ ବ୍ୟବହାର କରନ୍ତି। ଏଥିରେ ରୁଟି, ପରଟା ଏବଂ ପୁରୀ ତିଆରି କରାଯାଏ। ଏହି ଅଟା ସମ୍ପୂର୍ଣ୍ଣ ଗହମରୁ ପ୍ରସ୍ତୁତ, ଯାହା ଫାଇବରରେ ଭରପୁର। ଏଥିରେ ପ୍ରଚୁର ପରିମାଣରେ ଲୌହ ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ରହିଛି। ନାନ୍‌, ରୁଟି, ପୁରୀ, ପରଟା ତିଆରି ପାଇଁ ଏହା ସବୁଠାରୁ ଭଲ। ଲୋକମାନେ ୧୨ ମାସ ଯାକ ଗହମ ଅଟା ବ୍ୟବହାର କରନ୍ତି।

ଚାଉଳ ଅଟା:
ଚାଉଳ ଅଟା ପଲିସ୍ କିମ୍ବା ସିଝା ଚାଉଳରୁ ତିଆରି କରାଯାଏ। ଏହା ଏକ ଗ୍ଲୁଟେନ୍-ମୁକ୍ତ ଏବଂ ହାଲୁକା ଅଟା ଏବଂ ଦକ୍ଷିଣ ଭାରତର ଏକ ମୁଖ୍ୟ ଖାଦ୍ୟ। ଏହି ଅଟା ବହୁତ ସୂକ୍ଷ୍ମ ଏବଂ ହାଲୁକା। ଏଥିରେ ଲୋକମାନେ ମୁଡୁକି, ଚକୁଳି, ଦୋସା, ଇଡ୍‌ଲି ତିଆରି କରନ୍ତି।

ଏହି ଅଟା ପେଟ ପାଇଁ ସ୍ୱାସ୍ଥ୍ୟକର। ଏହାକୁ ଗ୍ରୀଷ୍ମ ଋତୁରେ ଖାଇବା ଉଚିତ। ଏହା ଦକ୍ଷିଣ ଭାରତୀୟ ଏବଂ ଉପକୂଳବର୍ତ୍ତୀ ଖାଦ୍ୟରେ ବିଶେଷକରି ତାମିଲନାଡୁ ଏବଂ କର୍ଣ୍ଣାଟକରେ ପ୍ରମୁଖ।

ବୁଟ ଅଟା(ବେସନ):
ବୁଟକୁ ପେଷି ବେସନ ତିଆରି କରାଯାଏ। ଏହା ପ୍ରୋଟିନ୍‌ରେ ଭରପୁର ଏବଂ ଗ୍ଲୁଟେନ୍ ମୁକ୍ତ। ବେସନର ସ୍ୱାଦ ହାଲୁକା ବାଦାମ ଭଳି। ସାଧାରଣତଃ ବେସନ ହାଲୱା, ପକୋଡ଼ା, ଚିଲ୍ଲା, ଲଡୁ, ଢୋକଲା, ବେସନ ତରକାରୀ ଇତ୍ୟାଦି ତିଆରି କରିବା ପାଇଁ ବ୍ୟବହୃତ ହୁଏ। ବେସନ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟକର ଲାଭ ମଧ୍ୟ ମିଳିଥାଏ।

ରାଗି ଅଟା
ରାଗି ଅଟା ପୋଷକ ତତ୍ତ୍ୱରେ ଭରପୁର। ଏଥିରେ ଶୀତଳତା ଗୁଣ ଅଛି। ଏଥିରେ ଲୌହ, କ୍ୟାଲସିୟମ ଏବଂ ଫାଇବର ପ୍ରଚୁର ପରିମାଣରେ ଥାଏ। ଯଦିଓ ଏହାର ସ୍ୱାଦ ବହୁତ ସାଧା ଲାଗେ, କିନ୍ତୁ ଏହି ଅଟାରୁ ତିଆରି ରୁଟି ଅତ୍ୟନ୍ତ ପୁଷ୍ଟିକର।

ଏଥିରେ ଦୋସା, ରୁଟି, ବେକିଂ ସାମଗ୍ରୀ ଇତ୍ୟାଦି ପ୍ରସ୍ତୁତ କରାଯାଏ। ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ ସଚେତନ, ସେମାନଙ୍କ ପାଇଁ ଏହା ଏକ ସ୍ୱାସ୍ଥ୍ୟକର ଅଟା। ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍, ଯାହା ରକ୍ତରେ ଶର୍କରାକୁ ବୃଦ୍ଧି କରିବାକୁ ଦିଏ ନାହିଁ। ଏଥିରେ ଥିବା କ୍ୟାଲସିୟମ ହାଡ଼କୁ ସୁସ୍ଥ ରଖେ।

ଜ୍ୱାର୍ ଅଟା:
ଜ୍ୱାର୍ ଅଟା ମଧ୍ୟ ଗ୍ଲୁଟେନ୍-ମୁକ୍ତ। ପ୍ରୋଟିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଜ୍ୱାର୍ ଅଟାର ସ୍ୱାଦ ସାମାନ୍ୟ ମିଠା ହୋଇଥାଏ। ଏହା ଗ୍ଲୁଟେନ୍-ସେନ୍ସେଟିଭ୍ ଖାଦ୍ୟ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ ହୋଇପାରେ। ଜ୍ୱାର୍ ଅଟା ମଧ୍ୟ ଥଣ୍ଡା, ଯାହାକୁ ଗ୍ରୀଷ୍ମ ଋତୁରେ ଖାଇବା ଉଚିତ। ଏଥିରେ ପ୍ରଚୁର ପରିମାଣର ଫାଇବର ଥାଏ, ଯାହା ହଜମ ହୁଏ। ଗ୍ରୀଷ୍ମ ଋତୁ ପାଇଁ ଜ୍ୱାର୍ ଅଟା ସମସ୍ତଙ୍କର ପସନ୍ଦ ହୋଇପାରେ।

ଆୟୁଷ୍ମାନ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ସ୍ୱାସ୍ଥ୍ୟସେବାରେ ବଡ ଭୂମୀକା ଗ୍ରହଣ କରିବ ଆୟୁଷ୍ମନ କାର୍ଡ । ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ ଲୋକ ଉପକୃତ ହେଲେ । ତେବେ ଏହି ସେବାରୁ ଯେପରି କୌଣସି ବି ହିତାଧିକାରୀ ଯେପରି ବାଦ ନପଡନ୍ତି, ଯେପରି କୌଣସି ଅବହେଳା ନହୁଏ ସେନେଇ ତାଗିଦ୍ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।