ବର୍ତ୍ତମାନ ଅନେକ ଜିନିଷର ନକଲି ତଥା ଅପମିଶ୍ରିତ ଦ୍ରବ୍ୟ ବିକ୍ରି ହେଉଛି । ଅନେକ ଗୁଡ଼ିଏ ଡ୍ରିଙ୍କସ ମଧ୍ୟ ଏହିସବୁ ତାଲିକାରେ ସାମିଲ ହେଇଛି, ଯାହା ଖାଲି ଆଖିରେ ଚିହ୍ନିବା ବି କଷ୍ଟକର । ତେବେ ଲୋକମାନେ ଅସଲି ଏବଂ ନକଲିର ଭେଦଭାବ ଜାଣି ନପାରି ଏହାକୁ ଗ୍ରହଣ ମଧ୍ୟ କରୁଛନ୍ତି । ଯାହା ବିଭିନ୍ନ ରୋଗ-ବ୍ୟାଧିର କାରଣ ପାଲଟୁଛି । ନିକଟରେ ନକଲି ORS ପାଣି ମଧ୍ୟ ମାର୍କେଟରେ ବିକ୍ରି ହେଉଥିବା ଜାଣିବାକୁ ମିଳିଛି ।ଡାଇରିଆ, ବାନ୍ତି, ଝାଡ଼ା ଏବଂ ଦୁର୍ବଳତା ଭଳି ବିଭିନ୍ନ ସମସ୍ୟାରୁ ORS ଆଶ୍ୱସ୍ତି ଦେଇଥାଏ ବୋଲି ଡାକ୍ତର ମଧ୍ୟ କହିଛନ୍ତି । ଏହା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସ ଏବଂ ଫ୍ଲୁଇଡ ବାଲାନ୍ସକୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରିଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣ ଅସଲି ପରିବର୍ତ୍ତେ ନକଲି ORS ପାଣି ସେବନ କରନ୍ତି, ତେବେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବିଶେଷ କରି ପିଲାମାନଙ୍କ ଉପରେ ଏହାର ଅଧିକ ଖରାପ ପ୍ରଭାବ ପଡ଼ିପାରେ ।ନକଲି ORSରେ ସୁଗାର ଅଧିକ ପରିମାଣରେ ରହିଥାଏ । ଯଦି ଆପଣ ଡାଇରିଆ ଭଳି ରୋଗରେ ପଡ଼ି ଏହାକୁ ସେବନ କରନ୍ତି, ତେବେ ଏହା ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ କରିପାରେ । ଏହାସହିତ ଆପଣଙ୍କର ଡିହାଇଡ୍ରେସନ୍ ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ । ସେହିପରି ନକଲି ORSରେ ସୋଡ଼ିୟମ ନ୍ୟୁନତମ ସ୍ତରରେ ରହିଥାଏ । ଏହା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସ ଏବଂ ଫ୍ଲୁଇଡ ବାଲାନ୍ସକୁ ବିଗାଡ଼ି ଦେଇଥାଏ । ଏହା ଆପଣଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇପାରେ ।
Trending
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
Next Post