ଖବରକାଗଜରେ ଖାଦ୍ୟ ଗୁଡ଼ାଇ ଖାଉଛନ୍ତି କି ହୋଇ ଯାଆନ୍ତୁ ସାବଧାନ। ଏହା ଭୟାନକ ରୋଗକୁ ଡାକି ଆଣିପାରେ। ଏଥିସହ ସାଂଘାତିକ ପ୍ରମାଣିତ ହୋଇପାରେ। ଅଧିକାଂଶ ସମୟରେ ଦେଖାଯାଏ ବାହାର ଖାଦ୍ୟ ବିଶେଷ କରି ଛଣାଛଣି ଖାଦ୍ୟ କିଣିବା ସମୟରେ ଏହାକୁ ସାଧାରଣତଃ ଖବରକାଗଜରେ ପ୍ୟାକିଙ୍ଗ କରି ଦିଆଯାଏ। ଫୁଟପାଥରେ ମଧ୍ୟ ଖବୀକାଗଜରେ ଖାଦ୍ୟ ବିକ୍ରି ହେଉଥିବାର ଦେଖାଯାଏ ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। କିନ୍ତୁ ଆମେ ଏଥିପ୍ରତି ଧ୍ୟାନ ନ ଦେଇ ଖବରକାଗଜରେ ଗୁଡ଼ାଇ ଦିଆଯାଇଥିବା ସିଙ୍ଗଡା, ପାକୋଡା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ଖାଇଥାଉ।ଖବରକାଗଜରେ ଆବୃତ ଥିବା ଖାଦ୍ୟ କେବେବି ଖାଇବା ଉଚିତ ନୁହେଁ । ବିଶେଷକରି ଖବରକାଗଜରେ ଗରମ ଖାଦ୍ୟ ରଖିବା ଏବଂ ଏହାକୁ ଗୁଡ଼ାଇ ରଖିବା ଠାରୁ ସର୍ବଦା ଦୂରେଇ ରହିବା ଉଚିତ୍। ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଖବରକାଗଜରେ ପ୍ରିଣ୍ଟିଂ ଇଙ୍କି ବ୍ୟବହୃତ ହୁଏ। ଏହି ଇଙ୍କ ଦାଗ ଖାଦ୍ୟରେ ଲାଗି ଆପଣଙ୍କୁ ଅସୁସ୍ଥ କରିପାରେ। ଖବରକାଗଜରେ ଖାଦ୍ୟ ଗୁଡ଼ାଇବା ଦ୍ୱାରା ଏହା ବିଷାକ୍ତ ହୋଇପାରେ ଏବଂ ପେଟ ବ୍ୟଥା ହୋଇପାରେ।କେବେ ଖବରକାଗଜରେ ଆବୃତ ଖାଦ୍ୟକୁ ଅଫିସକୁ ଆଣନ୍ତୁ ନାହିଁ। କିମ୍ବା ଖବରକାଗଜରେ ଖାଦ୍ୟ ଖାଆନ୍ତୁ ନାହିଁ । ଏହା କରିବା ଦ୍ୱାରା ଆପଣଙ୍କ ଶରୀରର ପୌଷ୍ଟିକ ବିକାଶ ମଧ୍ୟ ବନ୍ଦ ହୋଇପାରେ। ପିଲାମାନଙ୍କୁ କେବେ ଖବରକାଗଜରେ ଗରମ ଖାଦ୍ୟ ଦିଅନ୍ତୁ ନାହିଁ, ଏହା ସେମାନଙ୍କର ଶାରୀରିକ ବିକାଶରେ ବାଧା ସୃଷ୍ଟି କରିଥାଏ । ଖବରକାଗଜ ଇଙ୍କ୍ ଆପଣଙ୍କ ଭିତରକୁ ଯାଇ ପାଟି କ୍ୟାନସର ଠାରୁ ଆରମ୍ଭ କରି ଲିଭର କ୍ୟାନସର ହେବାର ଆଶଙ୍କା ରହିଛି। ୨୦୧୬ରେ ଦେଶର ଖାଦ୍ୟ ସୁରକ୍ଷା ନିୟାମକ FSSAI ମଧ୍ୟ ଖବରକାଗଜରେ ଆବୃତ ଖାଦ୍ୟ ସାମଗ୍ରୀ ଖାଇବା ବିଷୟରେ ସତର୍କ କରାଇଛି।ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ଅନୁଯାୟୀ, ଇଙ୍କରେ କ୍ଷତିକାରକ ରଙ୍ଗ, ପିଗମେଣ୍ଟ ରହିଥାଏ ଯାହା ପେଟ ସଂକ୍ରମଣର କାରଣ ହୋଇପାରେ। ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ ଅନୁଯାୟୀ, ଖବରକାଗଜରେ ଆବୃତ ଖାଦ୍ୟ ବୃଦ୍ଧ, କିଶୋର, ଶିଶୁ ଏବଂ ଯେକୌଣସି ରୋଗରେ ପୀଡିତ ଲୋକଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଖବରକାଗଜରେ ରଖାଯାଇଥିବା ଖାଦ୍ୟ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ହରାଇବାର ଆଶଙ୍କା ମଧ୍ୟ ଅଛି। କେବଳ ଏତିକି ନୁହେଁ, ଏହା ହଜମ ପ୍ରକ୍ରିୟାକୁ ମଧ୍ୟ କ୍ଷତି ପହଞ୍ଚାଏ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି