କମ୍ କରିବାକୁ ଚାହୁଁଛନ୍ତି କି ହାଇ କୋଲେଷ୍ଟ୍ରଲ ?

ଲୋକମାନେ ଜଲଦୀ କାମ ସାରିବା ଚକ୍କରରେ ସୁସ୍ଥ ଖାଇବା ଛାଡ଼ି ଜଙ୍କ ଫୁଡ଼ ଖାଇବାରେ ଲାଗିଛନ୍ତି । ଏହା ଫଳରେ ଅଳ୍ପ ବୟସରେ ଲୋକମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଏଥିସହିତ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ତେବେ କୋଲେଷ୍ଟ୍ରଲର ମାତ୍ରା ବଢିବା ଦ୍ୱାରା ହୃଦଘାତ, ଉଚ୍ଚ ରକ୍ତଚାପ ଏବଂ ଷ୍ଟ୍ରୋକ ପରି ରୋଗ ସୃଷ୍ଟି କରେ । ଏପରି ପରିସ୍ଥିତିରେ କିଛି ସ୍ଥାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଆପଣାନ୍ତୁ, ଯାହାକୁ ପାଳନ କରିବା ଦ୍ୱାରା ଆପଣ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିପାରିବେ ।ତେବେ ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଭଳି ପରିସ୍ଥିତିରେ ଏପରି କିଛି ଜୁସ୍ ଅଛି, ଯାହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା କୋଲେଷ୍ଟ୍ରଲ ମାତ୍ରା ନିୟନ୍ତ୍ରଣରେ ରହିଥାଏ । ଏଥିସହିତ ଏହା ଶରୀରକୁ ସୁସ୍ଥ ରଖେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୪ଟି ଜୁସ୍ ବିଷୟରେ…

ଓଟ୍ସ ଜୁସ୍(Oats Drink): ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଏବଂ ଶରୀରରେ ହାଇ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ଓଟ୍ସ ଜୁସ୍ ସେବନ କରନ୍ତୁ । କାରଣ ଏଥିରେ ଥିବା ବିଟା-ଗ୍ଲୁକେନ୍ସ ହାଇ କୋଷ୍ଟ୍ରେଲକୁ ନିୟନ୍ତ୍ରଣ କରିଥାଏ । ଏଥିସହିତ ଏହା ଶୀଘ୍ର ହଜମ ହୋଇଥାଏ । ଯାହାଫଳରେ ପୋଟରେ ଜମାଥିବା ବର୍ଜ୍ୟବସ୍ତୁ ମଧ୍ୟ ସଫା ହୋଇଯାଏ । ତେଣୁ ଯେଉଁମାନଙ୍କୁ କୋଲେଷ୍ଟ୍ରଲ ଜନିତ ସମସ୍ୟା ଅଛି ସେମାନେ ପ୍ରତ୍ୟେକ ଦିନ ଏହି ଓଟ୍ସ ଜୁସ୍ ସେବନ କରନ୍ତୁ ।