ଅଙ୍ଗୁରରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ଥିବା ଆଣ୍ଟି ଅକ୍ସିଡ଼ାଣ୍ଟ ତତ୍ତ୍ୱ ଶରୀର ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଦୀର୍ଘକାଳୀନ ତଥା କ୍ରୋନିକ୍ ରୋଗ ପାଇଁ ଅଙ୍ଗୁର ବେଶ୍ ଉପକାରୀ। କେବଳ ସେତିକି ନୁହେଁ, ଏହାକୁ ନିୟମିତ ଖାଇବା ଦ୍ୱାରା ଜଣେ ବ୍ୟକ୍ତି ନିଜକୁ କ୍ୟାନ୍ସରଠାରୁ କେତେକାଂଶରେ ଦୂରେଇ ରଖିପାରିବ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର କ୍ୟାନ୍ସର ବିଜ୍ଞାନୀମାନେ ମତ ଦେଇଛନ୍ତି। କେବଳ ସେତିକି ନୁହେଁ, ଏହା ଶରୀରରେ ପୋଟାସିୟମ, ସୋଡିୟମ ମାତ୍ରାକୁ ସନ୍ତୁଳିତ ରଖିଥାଏ। ଏହା ଶରୀରରେ କୋଲେଷ୍ଟରଲ୍ର ମାତ୍ରାକୁ ବି କମାଇଦିଏ। ଅଙ୍ଗୁରରେ ଥିବା ଲୁଟେନ୍, ଜିଜାନ୍ଥିନ୍ ତତ୍ତ୍ୱ ଦୃଷ୍ଟି ଶକ୍ତି ପାଇଁ ବେଶ୍ ଉପକାରୀ। ନିୟମିତ କିଛି ପରିମାଣର ଅଙ୍ଗୁର ଖାଇଲେ ତାହା ଆମର ସ୍ମରଣ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍-ସି ଅଧିକ ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ବ୍ୟାକ୍ଟେରିଆ, ଭାଇରସ୍, ଇଷ୍ଟ ଆଦି ସଂକ୍ରମଣରୁ ମଧ୍ୟ ଏହା ଆମକୁ ସୁରକ୍ଷା ପ୍ରଦାନ କରେ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Next Post