ଅଙ୍ଗୁରରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ଥିବା ଆଣ୍ଟି ଅକ୍ସିଡ଼ାଣ୍ଟ ତତ୍ତ୍ୱ ଶରୀର ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଦୀର୍ଘକାଳୀନ ତଥା କ୍ରୋନିକ୍ ରୋଗ ପାଇଁ ଅଙ୍ଗୁର ବେଶ୍ ଉପକାରୀ। କେବଳ ସେତିକି ନୁହେଁ, ଏହାକୁ ନିୟମିତ ଖାଇବା ଦ୍ୱାରା ଜଣେ ବ୍ୟକ୍ତି ନିଜକୁ କ୍ୟାନ୍ସରଠାରୁ କେତେକାଂଶରେ ଦୂରେଇ ରଖିପାରିବ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର କ୍ୟାନ୍ସର ବିଜ୍ଞାନୀମାନେ ମତ ଦେଇଛନ୍ତି। କେବଳ ସେତିକି ନୁହେଁ, ଏହା ଶରୀରରେ ପୋଟାସିୟମ, ସୋଡିୟମ ମାତ୍ରାକୁ ସନ୍ତୁଳିତ ରଖିଥାଏ। ଏହା ଶରୀରରେ କୋଲେଷ୍ଟରଲ୍ର ମାତ୍ରାକୁ ବି କମାଇଦିଏ। ଅଙ୍ଗୁରରେ ଥିବା ଲୁଟେନ୍, ଜିଜାନ୍ଥିନ୍ ତତ୍ତ୍ୱ ଦୃଷ୍ଟି ଶକ୍ତି ପାଇଁ ବେଶ୍ ଉପକାରୀ। ନିୟମିତ କିଛି ପରିମାଣର ଅଙ୍ଗୁର ଖାଇଲେ ତାହା ଆମର ସ୍ମରଣ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍-ସି ଅଧିକ ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ବ୍ୟାକ୍ଟେରିଆ, ଭାଇରସ୍, ଇଷ୍ଟ ଆଦି ସଂକ୍ରମଣରୁ ମଧ୍ୟ ଏହା ଆମକୁ ସୁରକ୍ଷା ପ୍ରଦାନ କରେ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Next Post