ବିନା ଲୁଣରେ କୌଣସି ଖାଦ୍ୟ ଖାଇ ହୁଏନାହିଁ ଏବଂ ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ମଧ୍ୟ ନଥାଏ । ତେବେ କିଛି ଲୋକ ଅତ୍ୟଧିକ ମାତ୍ରାରେ ଲୁଣ ଖାଇଥାନ୍ତି । ସେମାନଙ୍କ ପକ୍ଷରେ ବିନା ଲୁଣରେ କୌଣସି ଖାଦ୍ୟ ଖାଇବା ଅସମ୍ଭବ ହୋଇଯାଇଥାଏ । ଯଦି ଆପଣ ମାତ୍ରାଧିକ ଲୁଣର ସେବନ କରୁଛନ୍ତି । ତେବେ ଆପଣ ଏବେଠୁ ସାବଧାନ ହୋଇଯାଆନ୍ତୁ । ଏହି ଅଭ୍ୟାସ ଆପଣଙ୍କୁ ବଡ଼ ସମସ୍ୟାରେ ପକାଇପାରେ ।ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ମେଡିକାଲ କ୍ଷେତ୍ରରେ ଲୁଣକୁ ଆବଶ୍ୟକଠାରୁ ଅଧିକ ଖାଇବା ପାଇଁ ମନା କରାଯାଇଥାଏ । କାରଣ ଲୁଣ ସେବନ ଦ୍ୱାରା ଆପଣ ଅନେକ ବଡ଼ ବଡ଼ ରୋଗର ବଶବର୍ତ୍ତୀ ହୋଇଥାନ୍ତି । ସେଥିରୁ ମୁଖ୍ୟ ହେଉଛି ଉଚ୍ଚ ରକ୍ତଚାପ । ମାତ୍ରାଧିକ ଲୁଣ ସେବନ ଦ୍ୱାରା ପ୍ରଥମେ ଏହି ରୋଗ ହିଁ ମଣିଷକୁ ସଂକ୍ରମଣ କରିଥାଏ । ଶରୀର ଠିକ ଭାବରେ କାର୍ଯ୍ୟକ୍ଷମ ହେବା ପାଇଁ ଲୁଣର ଆବଶ୍ୟକତା ରହିଛି । କିନ୍ତୁ ଏହାର ମାତ୍ରାଧିକ ସେବନ ହୃଦରୋଗ, ରକ୍ତଚାପ, ଷ୍ଟ୍ରୋକ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସର୍ଭେ ରିପୋର୍ଟ ଅନୁସାରେ, ଲୁଣ ସମସ୍ତଙ୍କ ଶରୀରରେ ଉଚ୍ଚ ରକ୍ତଚାପ ସୃଷ୍ଟି କରେ । ତେଣୁ ଆପଣମାନେ ଲୁଣକୁ କମେଇବାକୁ ଚେଷ୍ଟା କରନ୍ତୁ । ଆପଣ ପ୍ରତ୍ୟେକ ଦିନ ଖାଦ୍ୟରେ ସାମିଲ ହେଉଥିବା ଲୁଣର ପରିମାଣକୁ କମ୍ କରିବା ଉଚିତ୍ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post