ଶରୀର ଦାନ ପ୍ରତି ଧୀରେ ଧୀରେ ଜନସାଧାରଣ ସଚେତନ ହେଉଛନ୍ତି। ଶରୀରଦାନକୁ ସରକାରୀ ସ୍ବୀକୃତି ମିଳିବା ପରେ ବହୁ ସଚେତନ ନାଗରିକ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମୃତ୍ୟୁ ପରେ ଶରୀର ଦାନ କରିବାକୁ ଘୋଷଣାନାମା ଦାଖଲ କରୁଛନ୍ତି। ଏମ୍କେସିଜି ମେଡିକାଲ କଲେଜର ଆନାଟୋମି ବିଭାଗକୁ ବର୍ତ୍ତମାନ ସୁଦ୍ଧା ୨୯ଜଣଙ୍କ ମରଶରୀର ମିଳି ସାରିଲାଣି। ଯାହାକି ଗବେଷଣାରେ ବିନିଯୋଗ ହେଉଛି। ଓଡ଼ିଶା ଆନାଟୋମି ବିଲ୍-୨୦୧୨ ପାସ୍ ହେବା ପରେ ଶରୀରଦାନକୁ ଆଇଗତ ସ୍ବୀକୃତି ମିଳିଛି। ୨୦୧୩ ଫେବ୍ରୁଆରି ମାସରେ ମେଡିକାଲ୍ ସାଇନ୍ସ ଓ ଗବେଷଣା ଦିଗରେ ଓଡ଼ିଶା ସରକାର ଏହି ଐତିହାସିକ ପଦକ୍ଷେପ ନେଇଥିଲେ। ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିଲା ଓଡ଼ିଶା ଆନାଟୋମି ବିଲ୍-୨୦୧୨। ଯଦ୍ବାରା ଯେ କୌଣସି ବ୍ୟକ୍ତି ମୃତ୍ୟୁ ପରେ ପରିବାରବର୍ଗଙ୍କ ଜରିଆରେ ତାଙ୍କ ଶରୀର ଗବେଷଣା ପାଇଁ ସରକାରୀ ମେଡିକାଲକୁ ଦାନ ଆକାରରେ ଦେବେ ବୋଲି ଲିଖିତ ଘୋଷଣା କରିପାରିବେ।ବିଲ୍ ପାସ୍ ହେବା ପରେ ଏ ପର୍ଯ୍ୟନ୍ତ ପ୍ରାୟ ୯୫ଜଣ ବ୍ୟକ୍ତି ନିଜର ଶରୀର ଦାନ ପାଇଁ ଏମ୍କେସିଜିରେ ଘୋଷଣାନାମା ଦାଖଲ କରିଥିବା ଆନାଟୋମି ବିଭାଗ ପ୍ରଫେସର ଡା. ସାଗର ରଂଜନ ପୃଷ୍ଟି ସୂଚନା ଦେଇଛନ୍ତି। ଗତ ୨୦୧୩ରୁ ୨୦୨୩ ମଧ୍ୟରେ ଏମ୍କେସିଜି ମେଡିକାଲର ଆନାଟୋମି ବିଭାଗକୁ ମୋଟ ୨୯ଜଣଙ୍କ ମରଶରୀର ମିଳିଛି। ସେଥିମଧ୍ୟରୁ ୨୦୧୩ରେ ଗୋଟିଏ, ୨୦୧୭ରେ ଗୋଟିଏ, ୨୦୧୮ରେ ଦୁଇଟି, ୨୦୧୯ରେ ଦୁଇଟି, ୨୦୨୦ରେ ଗୋଟିଏ, ୨୦୨୧ରେ ଦୁଇଟି, ୨୦୨୨ରେ ୭ଟି ଓ ୨୦୧୩ରେ ୧୩ଟି ମିଳିଥିଲା। ଏମାନଙ୍କ ମଧ୍ୟରେ ୨୨ଜଣ ପୁରୁଷଙ୍କ ମରଶରୀର ରହିଥିବା ବେଳେ ୭ଜଣ ମହିଳାଙ୍କ ମରଶରୀର ରହିଛି। ଡା. ପୃଷ୍ଟି ଆନାଟୋମି ବିଭାଗରେ ପ୍ରଫେସର ଭାବେ ଯୋଗଦେବା ପରେ ସେ ଶରୀରଦାନ ପ୍ରକ୍ରିୟା ସମ୍ପର୍କରେ ଲୋକଙ୍କୁ ସଚେତନ କରି ଆସିବା ସହିତ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଏଣୁ ଲୋକେ ଧୀରେ ଧୀରେ ଏଥିପ୍ରତି ସଚେତନ ହୋଇ ମୃତ୍ୟୁ ପରେ ଶରୀର ଦାନ ପାଇଁ ଘୋଷଣାନାମା ଦାଖଲ କରୁଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ