ଦେଶରେ ହୁ ହୁ ହୋଇ ବଢିଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ହଜାରେ ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳ ୮ଟା ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ରେ ପହଁଚିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦିଲ୍ଲୀର ସ୍ଥିତି ଚିନ୍ତାଜନକ ପାଲଟିଛି । ଏବେ ରାଜଧାନୀ ଦିଲ୍ଲୀରେ ୧୦୪ କରୋନା ଆକ୍ରାନ୍ତ ଅଛନ୍ତି । ସ୍ବାସ୍ଥ୍ୟ ବିଭାଗ ଅନୁସାରେ କେରଳରେ ୪୩୦, ମହାରାଷ୍ଟ୍ରରେ ୨୦୯, କର୍ଣ୍ଣାଟକରେ ୪୭, ହରିୟାଣାରେ ୮୩ କରୋନା ରୋଗୀ ଚିହ୍ନଟ ହେଲେଣି ।
କେରଳରେ ସବୁଠୁ ବେଶୀ ୪୩୦ ସକ୍ରିୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରେ ୨୦୯, ଦିଲ୍ଲୀରେ ୧୦୪, ଗୁଜରାଟରେ ୮୩, କର୍ଣ୍ଣାଟକରେ ୪୭, ଉତ୍ତରପ୍ରଦେଶରେ ୧୫ ଏବଂ ପଶ୍ଚିମବଙ୍ଗରେ ୧୨ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।
ବର୍ତ୍ତମାନ ଚୀନ, ସିଙ୍ଗାପୁର, ହଂକଂ ଓ ଥାଇଲ୍ୟାଣ୍ଡରେ ବେଲଗାମ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର କାରଣ ହେଉଛି JN-1 ଭାରିଆଣ୍ଟର ଦ୍ରୁତ ଗତିରେ ସଂକ୍ରମଣ ।