ଖରା ଦିନରେ ଅଣ୍ଡା ଖାଇବା ଦ୍ୱାରା ଶରୀର ଆହୁରି ଗରମ ହୋଇଯାଏ ଏବଂ ପିଲାମାନେ ଖାସ କରି ଏହାକୁ ଖାଇବା ଦ୍ୱାରା ବିଶେଷ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବାସ୍ତବରେ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଅଣ୍ଡା ଏକ ସୁପର ଫୁଡ୍ ଏହା ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବକୁ ସହଜରେ ଦୂର କରିପାରିବ। କିନ୍ତୁ ଯଦି ଆପଣ ଗ୍ରୀଷ୍ମ ଋତୁରେ ଆପଣଙ୍କ ପିଲାଙ୍କୁ ଅଣ୍ଡା ଖାଇବାକୁ ଦେବେ କି ନାହିଁ ଭାବୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।
ଶିଶୁରୋଗ ବିଶେଷଜ୍ଞଙ୍କ ମତରେ ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍-ଏ, ଭିଟାମିନ୍-ଡି, ଏବଂ ଆଇରନ୍ ରହିଥାଏ। ଯାହା ପିଲାଙ୍କ ବଢିବାରେ ସାହାଯ୍ୟ କରିବା ସହ ବୃଦ୍ଧି ଶକ୍ତିକୁ ବଢାଇଥାଏ। ଅଣ୍ଡାରେ କୋଲିନ୍ ମଧ୍ୟ ରହିଛି। ଯାହାକି ଶିଶୁର ମସ୍ତିଷ୍କ ବିକାଶ ପାଇଁ ଜରୁରୀ ଅଟେ। ତେଣୁ ଆପଣ ପ୍ରତ୍ୟେକ ଋତୁରେ ପିଲାଙ୍କୁ ଅଣ୍ଡା ଖାଦ୍ୟ ଭାବେ ଦେବା ଜରୁରୀ। ଗ୍ରୀଷ୍ମ ଋତୁରେ ପିଲାଙ୍କୁ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ ଦେଇପାରିବେ। ଗୋଟିଏ ଅଣ୍ଡା ଖାଇବା ଦ୍ୱାରା ପିଲାଟିର ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ଏବଂ ସହଜରେ ହଜମ ହୋଇଥାଏ। ଯଦି ଗୋଟିଏରୁ ଅଧିକ ଅଣ୍ଡା ଗ୍ରୀଷ୍ମଋତୁରେ ଖାଇବାକୁ ଦେଉଛନ୍ତି ତେବେ ଏହା ଶରୀର ପାଇଁ ହାନିକାରକ ହୋଇପାରେ। କାରଣ ଅଣ୍ଡାରେ ପ୍ରୋଟିନ୍ ଭାରି ମାତ୍ରାରେ ରହିଥିବାରୁ ପିଲାଙ୍କର ହଜମ ହେବା କଷ୍ଟକର ହୋଇପାରେ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post