ଆମେ ଓଡ଼ିଆମାନେ ବାରମାସରେ ତେର ପର୍ବ ପାଳନ କରିଥାଉ। ତା’ ମଧ୍ୟରୁ ଶ୍ରାବଣ ମାସ ଅନ୍ୟତମ। ଦେବ ଦେବ ମହାଦେବଙ୍କର ଶ୍ରାବଣ ମାସ ଅତି ପ୍ରିୟ ମାସ ବୋଲି ଶାସ୍ତ୍ରରେ କୁହାଯାଇଛି। ଏହି କାରଣରୁ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କାଉଡ଼ିଆମାନେ ଜଳାଭିଷେକ କରନ୍ତି। ବିଶ୍ୱାସ ରହିଛି ଯେ ଯଦି କୌଣସି ବ୍ୟକ୍ତି ଏହି ମାସରେ ନିଷ୍ଠାର ସହ ଶିବଙ୍କୁ ପୂଜା ଅରାଧନା କରେ ତାହାର ମନୋସ୍କାମନା ପୂରଣ ହୋଇଥାଏ। ସବୁଠାରୁ ଖାସ୍ କଥା ହେଉଛି ଏହି ମାସରେ ଯେପରି ଖାଦ୍ୟ-ପାନୀୟ ଉପରେ କିଛି ନୀତିନିୟମ ରହିଛି ଠିକ୍ ସେମିତି ଆମେ ପିନ୍ଧୁଥିବା ପୋଷାକକୁ ନେଇ ମଧ୍ୟ କିଛିଟା ବିଧି ରହିଛି। ଯଦି ଆପଣ ଏହି ପୋଷାକ ପରିଧାନକୁ ନେଇ ଥିବା ନୀତିନିୟମକୁ ଉଲ୍ଲଂଘନ କରୁଛନ୍ତି ତେବେ ଆପଣଙ୍କ ଉପରେ ଭୋଳା ବାବା କୋପ କରିପାରନ୍ତି। ତେବେ ଆସନ୍ତୁ ଜାଣିବା ଏହି ମାସରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଅନୁଚିତ୍।ଶ୍ରାବଣ ମାସରେ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। କଳା ରଙ୍ଗର ପୋଷାକ ପିନ୍ଧି ମହାଦେବଙ୍କୁ ପୂଜା କଲେ ମହାଦେବ କୋପ କରିଥାନ୍ତି ବୋଲି ବିଶ୍ୱାସ ରହିଛି। କଳା ରଙ୍ଗ ଶନି ଦେବଙ୍କର ବ୍ୟତୀତ ସମସ୍ତ ଦେବତାଙ୍କ ପାଇଁ ଅପ୍ରୀତିକର ବୋଲି ବିବେଚନା କରାଯାଏ। ଏଥିପାଇଁ କୌଣସି ଶୁଭ କାର୍ଯ୍ୟରେ କଳା ରଙ୍ଗର ପୋଷକ ପିନ୍ଧା ଯାଇନଥାଏ । ଶ୍ରାବଣ ମାସରେ ମହିଳାମାନେ ନୀଳ ରଙ୍ଗର ଚୁଡ଼ି ପିନ୍ଧିଲେ ଶୁଭ ମନାଯାଇଥାଏ । ଏହହିମାସରେ ମହିଳାମାନେ ନୀଳ ରଙ୍ଗ ଚୁଡ଼ି ପିନ୍ଧିଲେ ସ୍ୱାମୀଙ୍କର ଆୟୂଷ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।
Trending
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା