ଆମେ ଓଡ଼ିଆମାନେ ବାରମାସରେ ତେର ପର୍ବ ପାଳନ କରିଥାଉ। ତା’ ମଧ୍ୟରୁ ଶ୍ରାବଣ ମାସ ଅନ୍ୟତମ। ଦେବ ଦେବ ମହାଦେବଙ୍କର ଶ୍ରାବଣ ମାସ ଅତି ପ୍ରିୟ ମାସ ବୋଲି ଶାସ୍ତ୍ରରେ କୁହାଯାଇଛି। ଏହି କାରଣରୁ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କାଉଡ଼ିଆମାନେ ଜଳାଭିଷେକ କରନ୍ତି। ବିଶ୍ୱାସ ରହିଛି ଯେ ଯଦି କୌଣସି ବ୍ୟକ୍ତି ଏହି ମାସରେ ନିଷ୍ଠାର ସହ ଶିବଙ୍କୁ ପୂଜା ଅରାଧନା କରେ ତାହାର ମନୋସ୍କାମନା ପୂରଣ ହୋଇଥାଏ। ସବୁଠାରୁ ଖାସ୍ କଥା ହେଉଛି ଏହି ମାସରେ ଯେପରି ଖାଦ୍ୟ-ପାନୀୟ ଉପରେ କିଛି ନୀତିନିୟମ ରହିଛି ଠିକ୍ ସେମିତି ଆମେ ପିନ୍ଧୁଥିବା ପୋଷାକକୁ ନେଇ ମଧ୍ୟ କିଛିଟା ବିଧି ରହିଛି। ଯଦି ଆପଣ ଏହି ପୋଷାକ ପରିଧାନକୁ ନେଇ ଥିବା ନୀତିନିୟମକୁ ଉଲ୍ଲଂଘନ କରୁଛନ୍ତି ତେବେ ଆପଣଙ୍କ ଉପରେ ଭୋଳା ବାବା କୋପ କରିପାରନ୍ତି। ତେବେ ଆସନ୍ତୁ ଜାଣିବା ଏହି ମାସରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଅନୁଚିତ୍।ଶ୍ରାବଣ ମାସରେ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। କଳା ରଙ୍ଗର ପୋଷାକ ପିନ୍ଧି ମହାଦେବଙ୍କୁ ପୂଜା କଲେ ମହାଦେବ କୋପ କରିଥାନ୍ତି ବୋଲି ବିଶ୍ୱାସ ରହିଛି। କଳା ରଙ୍ଗ ଶନି ଦେବଙ୍କର ବ୍ୟତୀତ ସମସ୍ତ ଦେବତାଙ୍କ ପାଇଁ ଅପ୍ରୀତିକର ବୋଲି ବିବେଚନା କରାଯାଏ। ଏଥିପାଇଁ କୌଣସି ଶୁଭ କାର୍ଯ୍ୟରେ କଳା ରଙ୍ଗର ପୋଷକ ପିନ୍ଧା ଯାଇନଥାଏ । ଶ୍ରାବଣ ମାସରେ ମହିଳାମାନେ ନୀଳ ରଙ୍ଗର ଚୁଡ଼ି ପିନ୍ଧିଲେ ଶୁଭ ମନାଯାଇଥାଏ । ଏହହିମାସରେ ମହିଳାମାନେ ନୀଳ ରଙ୍ଗ ଚୁଡ଼ି ପିନ୍ଧିଲେ ସ୍ୱାମୀଙ୍କର ଆୟୂଷ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ