ମୁଣ୍ଡବିନ୍ଧା ଦୂର କରେ କି ଚା’
“ମୁଣ୍ଡଟା କାହିଁକି ବିନ୍ଧୁଛି… ସକାଳେ ଚା’ ପିଇନି ଆଉ, ସେଥିପାଇଁ ମୁଣ୍ଡ ବିନ୍ଧୁଛି।” ଅନେକ ଲୋକ ଏପରି କହୁଥିବାର ଶୁଣିଥିବେ, କିମ୍ବା ଆପଣ ଯଦି ଜଣେ ଚା’ ଅଭ୍ୟାସୀ, ତେବେ ଏପରି ଅନୁଭବ କରିଥିବେ ନିଶ୍ଚୟ। ଚା’ ପିଇବା ଅଭ୍ୟାସ ଏବଂ ମୁଣ୍ଡବିନ୍ଧା ମଧ୍ୟରେ କଣ ସତରେ ସାମଞ୍ଜସ୍ୟ ରହିଛି, ବାସ୍ତବରେ କଣ ଚା’ ନ ପିଇଲେ ମୁଣ୍ଡ ବିନ୍ଧେ, ଜାଣନ୍ତୁ ଏହା ପଛର ବିଜ୍ଞାନଗତ କାରଣ…
ମୁଣ୍ଡବିନ୍ଧା ଦୂର କରେ କି ଚା’
ବିଶେଷଜ୍ଞଙ୍କ କହିବା ଅନୁସାରେ, ମୁଣ୍ଡବ୍ୟଥା ଚିକିତ୍ସା ଏବଂ ଚା’ ପିଇବା ମଧ୍ୟରେ ସେପରି କୌଣସି ପ୍ରତ୍ୟକ୍ଷ ପ୍ରମାଣ ନହିଁ, ବେଳେ ବେଳେ ମୁଣ୍ଡବ୍ୟଥାର କାରଣ ଡିହାଇଡ୍ରେସନ୍ ହୋଇ ଥାଇପାରେ।
ସେହିପରି ଅନ୍ୟ ଜଣେ ସ୍ନାୟୁବିଜ୍ଞାନୀ ଡାକ୍ତର କହିଛନ୍ତି, ଚା ନାଜାଲ ସାଇନସେସ୍ (ନାକର ସାଇନସରେ ଆଲର୍ଜି କିମ୍ବା କୌଣସି ଜମାକୁ) ସଫା କରିପାରେ ଏବଂ ସାଇନସିଟ୍ସ କାରଣରୁ ହେଉଥିବା ମୁଣ୍ଡବ୍ୟଥାରୁ ଆରାମ ଦେଇପାରେ। ଏଥିପାଇଁ ଚା’ ପିଇବା ପରେ ମୁଣ୍ଡବ୍ୟଥା କମିଗଲା ବୋଲି ଲାଗେ।
ଚା’ ମୁଣ୍ଡବ୍ୟଥା ଦୂର କରିବାର ଆଉ ଏକ କାରଣ ହେଉଛି, ଏଥିରେ ବ୍ଲାକ୍ ଟି ଥାଏ, ଯେଉଁଥିରେ କଫିନ୍ ରହିଥାଏ, ଆଉ ଏହି କଫିନ ମୁଣ୍ଡବିନ୍ଧାରୁ ଆରାମ ଦେଇଥାଏ। କଫିନ୍ ରକ୍ତ ନଳୀକୁ ସଙ୍କୁଚିତ କରିପାରେ, ସମ୍ଭବତଃ ମୁଣ୍ଡବିନ୍ଧାର ଲକ୍ଷଣକୁ ହ୍ରାସ କରିପାରେ।
ଏକ କପ୍ (150 ମିଲି) ବ୍ର୍ୟୁଡ୍ କଫିରେ 80-120 ମିଲିଗ୍ରାମ କଫିନ୍, ଇନଷ୍ଟାଣ୍ଟ କଫିରେ 50-65 ମିଲିଗ୍ରାମ ଏବଂ ଚାରେ 30-65 ମିଲିଗ୍ରାମ କଫିନ୍ ଥାଏ।