ଯୋଗର ନିୟମ ଅହିଂସା, ସାତ୍ତ୍ୱିକ ଓ ସ୍ୱଚ୍ଛ ରହିବା। ଆମର ଖାଦ୍ୟପାନୀୟ ମଧ୍ୟ ଏହିପରି ହେବା ଜରୁରୀ। ଶାକାହାରୀ, ସାତ୍ତ୍ୱିକ ଓ ପରିମଳ ପରିବେଶରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସେବନ କରିବା ଉଚିତ। ଶାକାହାରୀ ହେବା ଅର୍ଥାତ ପନିପରିବା ଯୁକ୍ତ ଖାଦ୍ୟ ଖାଇବା। ଋତୁ ଅନୁସାରେ ଫଳ, ପନିପରିବା ଖାଇବା ଦ୍ୱାରା ଆମ ଶରୀରକୁ ବିଭିନ୍ନ ପ୍ରକାର ଭିଟାମିନ୍ ଓ ଫାଇବର ମିଳିଥାଏ। ଶାଗରେ ମିନେରାଲସ୍ ଭରପୂର ଥିବାରୁ ଶାଗ ଖାଇବା ଜରୁରୀ। ନିଜ ବଗିଚାରେ କିଛି ପନିପରିବା ଲଗାଇ ତାହାକୁ ଖାଇବାକୁ ଚେଷ୍ଟା କରନ୍ତୁ। ଏଥିସହିତ ନିଜୟମିତ ଆଲମଣ୍ଡ, ୱାଲନଟ୍ ଡ୍ରାଏଫୁଟସ୍ ଖାଆନ୍ତୁ। ଏହା ଆପଣଙ୍କ ଶରୀରକୁ ପ୍ରୋଟନ୍ ଯୋଗାଇବ।
ଛେନା, କ୍ଷୀର, ଓଟସ୍, ମିଲେଟ ଇତ୍ୟାଦି ପୁଷ୍ଟିସାର ବା ପ୍ରୋଟିନ୍ ପାଇଁ ଉପଯୁକ୍ତ ଉତ୍ସ ହୋଇଥିବାରୁ ଏହାକୁ ଖାଦ୍ୟରେ ସାମିଲ କରନ୍ତୁ। ତେବେ ମାଛ, ମାଂସ ଓ ଅଣ୍ଡା ଆଦି ଯୋଗ ଉପଯୋଗୀ ଖାଦ୍ୟ ନୁହେଁ,ଏଥିରୁ ଦୂରେଇ ରୁହନ୍ତୁ। ଏକ ପରିସ୍କାର ପରିବେଶରେ ଖାଦ୍ୟ ରାନ୍ଧିବା ଓ ଖାଇବା ଜରୁରୀ। କୌଣସି ରାସାୟନିକ ଦ୍ରବ୍ୟ ଯେପରିକି କୃତ୍ରିମ ରଙ୍ଗ, କୃତ୍ରିମ ମିଠା, ଅତ୍ୟଧିକ ତେଲ ମସଲା, ନିଶା ଜାତୀୟ ଦ୍ରବ୍ୟ ଖାଇବାକୁ ବାରଣ କରାଯାଇଛି। ଥରକରେ ପେଟ ଭରି ଖାଦ୍ୟ ନଖାଇ ବରଂ ଅଳ୍ପ ଅଳ୍ପ ଖାଇବା ଉଚିତ୍। ଏହାସହିତ ମଧ୍ୟାହ୍ନ ଓ ରାତ୍ରି ଭୋଜନ ପୂର୍ବରୁ ସାଲାଡ ଖାଇବା ଅତ୍ୟନ୍ତ ଜରୁରୀ। ସାଲାଡକୁ ଖାଦ୍ୟ ସାଙ୍ଗରେ କିମ୍ବା ପରେ ଖାଇଲେ ସୁଫଳ ମିଳେ ନାହିଁ। ରାତ୍ରି ଭୋଜନ ଶୀଘ୍ର କରିବା ସହ ଭୋଜନର ୨ଘଣ୍ଟା ପରେ ଶୁଅନ୍ତୁ ଏବଂ ସକାଳୁ ଶୀଘ୍ର ଉଠି ଯୋଗାଭ୍ୟାସ ପାଇଁ ସମୟ ବାହାର କରନ୍ତୁ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Next Post