ଜାତୀୟ ଡେଙ୍ଗୁ ଦିବସ। ପ୍ରତିବର୍ଷ ଦେଶର ଯେଉଁ କେତୋଟି ରାଜ୍ୟରେ ଡେଙ୍ଗୁ ରୋଗ ବ୍ୟାପୁଛି ତହିଁରେ ଓଡ଼ିଶା ରହିଛି। ବିଗତ ୫ବର୍ଷର ଭିତରେ ଗତବର୍ଷ ଓଡ଼ିଶାରେ ଡେଙ୍ଗୁ ସଂକ୍ରମଣ ଭୟଙ୍କର ରହିଥିଲା। ଭୁବନେଶ୍ବର ହଟ୍ସ୍ପଟ୍ ପାଲଟିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ପାର୍ କରିଥିଲା। ଚଳିତ ବର୍ଷ ଦେଶରେ ମୌସୁମୀ ଆଗୁଆ ଆସିବା ନେଇ ପାଣିପାଗ ବିଭାଗ ଅନୁମାନ କରୁଛି। ତେଣୁ ଆସନ୍ତା ୧ ମାସ ଭିତରେ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।ବିଗତ କିଛିବର୍ଷ ହେବ ଭୁବନେଶ୍ବର ସମେତ ଖୋର୍ଦ୍ଧା ଓ ଅନ୍ୟାନ୍ୟ ଜିଲ୍ଲାରେ ଡେଙ୍ଗୁ ମାମଲା ବଢ଼ିବାରେ ଲାଗିଛି। ଗତବର୍ଷ କେବଳ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫ହଜାର ଟପି ଯାଇଥିଲା। ଜୁନ୍ ମାସଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଡେଙ୍ଗୁ ମାମଲା ଲାଗି ରହୁଛି। ମୌସୁମୀ ଋତୁରେ ଭୁବନେଶ୍ବରବାସୀ ଡେଙ୍ଗୁ ଜ୍ବରରେ ଥରୁଛନ୍ତି। ଏପରିକି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସରକାରୀ ବାସଭବନରୁ ମଧ୍ୟ ଡେଙ୍ଗୁ ଲାର୍ଭା ବାହାରିଥିଲା। ମାତ୍ର କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ଭୁବନେଶ୍ବରରେ ପ୍ରତିବର୍ଷ ଡେଙ୍ଗୁ ମାମଲା ବଢ଼ିବାରେ ଲାଗିଛି ତାହାର ଉତ୍ତର କାହା ପାଖରେ ନାହିଁ। ନିକଟରେ କେନ୍ଦ୍ର-ରାଜ୍ୟକୁ ନେଇ ହୋଇଥିବା ବୈଠକ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏଭଳି ଚିନ୍ତା ପ୍ରକଟ କରିଥିଲା। କେବଳ ଚିରାଚରିତ ଢଙ୍ଗରେ ଲୋକସଂଖ୍ୟା ବୃଦ୍ଧିକୁ ଦାୟୀ କରୁଛନ୍ତି ରାଜ୍ୟ ସରକାର। ତେଣୁ ଚଳିତବର୍ଷ ରାଜ୍ୟ ସରକାର ଭୁବନେଶ୍ବର ସମେତ ରାଜ୍ୟରେ କିଭଳି ଢଙ୍ଗରେ ଡେଙ୍ଗୁର ମୁକାବିଲା କରୁଛନ୍ତି ତାହା ଉପରେ ନଜର ରହିଛି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି