ଜାତୀୟ ଡେଙ୍ଗୁ ଦିବସ। ପ୍ରତିବର୍ଷ ଦେଶର ଯେଉଁ କେତୋଟି ରାଜ୍ୟରେ ଡେଙ୍ଗୁ ରୋଗ ବ୍ୟାପୁଛି ତହିଁରେ ଓଡ଼ିଶା ରହିଛି। ବିଗତ ୫ବର୍ଷର ଭିତରେ ଗତବର୍ଷ ଓଡ଼ିଶାରେ ଡେଙ୍ଗୁ ସଂକ୍ରମଣ ଭୟଙ୍କର ରହିଥିଲା। ଭୁବନେଶ୍ବର ହଟ୍ସ୍ପଟ୍ ପାଲଟିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ପାର୍ କରିଥିଲା। ଚଳିତ ବର୍ଷ ଦେଶରେ ମୌସୁମୀ ଆଗୁଆ ଆସିବା ନେଇ ପାଣିପାଗ ବିଭାଗ ଅନୁମାନ କରୁଛି। ତେଣୁ ଆସନ୍ତା ୧ ମାସ ଭିତରେ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।ବିଗତ କିଛିବର୍ଷ ହେବ ଭୁବନେଶ୍ବର ସମେତ ଖୋର୍ଦ୍ଧା ଓ ଅନ୍ୟାନ୍ୟ ଜିଲ୍ଲାରେ ଡେଙ୍ଗୁ ମାମଲା ବଢ଼ିବାରେ ଲାଗିଛି। ଗତବର୍ଷ କେବଳ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫ହଜାର ଟପି ଯାଇଥିଲା। ଜୁନ୍ ମାସଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଡେଙ୍ଗୁ ମାମଲା ଲାଗି ରହୁଛି। ମୌସୁମୀ ଋତୁରେ ଭୁବନେଶ୍ବରବାସୀ ଡେଙ୍ଗୁ ଜ୍ବରରେ ଥରୁଛନ୍ତି। ଏପରିକି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସରକାରୀ ବାସଭବନରୁ ମଧ୍ୟ ଡେଙ୍ଗୁ ଲାର୍ଭା ବାହାରିଥିଲା। ମାତ୍ର କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ଭୁବନେଶ୍ବରରେ ପ୍ରତିବର୍ଷ ଡେଙ୍ଗୁ ମାମଲା ବଢ଼ିବାରେ ଲାଗିଛି ତାହାର ଉତ୍ତର କାହା ପାଖରେ ନାହିଁ। ନିକଟରେ କେନ୍ଦ୍ର-ରାଜ୍ୟକୁ ନେଇ ହୋଇଥିବା ବୈଠକ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏଭଳି ଚିନ୍ତା ପ୍ରକଟ କରିଥିଲା। କେବଳ ଚିରାଚରିତ ଢଙ୍ଗରେ ଲୋକସଂଖ୍ୟା ବୃଦ୍ଧିକୁ ଦାୟୀ କରୁଛନ୍ତି ରାଜ୍ୟ ସରକାର। ତେଣୁ ଚଳିତବର୍ଷ ରାଜ୍ୟ ସରକାର ଭୁବନେଶ୍ବର ସମେତ ରାଜ୍ୟରେ କିଭଳି ଢଙ୍ଗରେ ଡେଙ୍ଗୁର ମୁକାବିଲା କରୁଛନ୍ତି ତାହା ଉପରେ ନଜର ରହିଛି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା