ଆପଣଙ୍କ ରୁପି ସମସ୍ୟା ଅଛି କି?
ବର୍ଷା ଦିନ ଆସିଯାଇଛି । ଖରା ପରେ ପରେ ଅନେକଙ୍କଠାରେ ରୁପି ସମସ୍ୟା ଦେଖାଦେଇଥାଏ । କେତେକଙ୍କ କ୍ଷେତ୍ରରେ ବର୍ଷସାରା ରୁପି ସମସ୍ୟା ଲାଗି ରହିଥାଏ । ବିଶେଷକରି ଶୀତଦିନରେ ଏହା ଅତ୍ୟଧିକ ପରିମାଣରେ ହୋଇଥାଏ । ହେଲେ ଏହା ପଛର କାରଣ କ’ଣ ଓ ଏହାକୁ କିପରି ନିୟନ୍ତ୍ରଣରେ ରଖିହେବ, ଜାଣି ରଖିବା ଜରୁରୀ । ରୁପି ହେବାର ବିଭିନ୍ନ କାରଣ ରହିଛି । ରୁପି ହେବା ଜେନେଟିକ୍ କାରଣରୁ ହୋଇପାରେ । ଏହାସହ କେଉଁ ପରିବେଶରେ ରହୁଛନ୍ତି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଅତ୍ୟଧିକ ପ୍ରଦୂଷଣ ମଧ୍ୟ ରୁପିର କାରଣ ହୋଇପାରେ । ଶୀତଦିନେ ହିଁ ସବୁଠୁ ଅଧିକ ରୁପି ହୋଇଥାଏ । ବାୟୁମଣ୍ଡଳରେ ଶୁଷ୍କତା ରୁପି ସମ୍ୟା ବଢ଼ାଇଥାଏ । ରୁପିକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟିରଏଡ ଲୋସନ, ଆଂଟି ଡ୍ୟାଂଡରଫ୍ ସାମ୍ପୁ ବ୍ୟବହାର କରନ୍ତୁ । ଡାକ୍ତରଙ୍କ ପରାମର୍ଶ ପରେ ହିଁ ଲୋସନ କିମ୍ବା ସାମ୍ପୁ ବ୍ୟବହାର କରନ୍ତୁ । ରୁପି ନିୟନ୍ତ୍ରଣ ପାଇଁ ମୁଣ୍ଡରେ ଲେମ୍ବୁ ଲଗାଇପାରିବେ