ଭୁବନେଶ୍ବର: ଶ୍ରୀଲଙ୍କା ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା (କଲମ୍ବୋ ମିଟ୍) ରିଲେରେ ଭାରତୀୟ ଖେଳାଳି ଦବ୍ଦବା ଦେଖାଇ ୩ ସ୍ବର୍ଣ୍ଣ ଓ ୧ ରୌପ୍ୟ ସହ ୪ ପଦକ କରାୟତ୍ତ କରିଛନ୍ତି। ଅନ୍ୟପକ୍ଷରେ ଦୁଇ ଦିନ ତଳେ ଏଠାରେ ଜାଭ୍ଲିନ୍ରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ଶ୍ରେଷ୍ଠ ପୁରୁଷ ଫିଙ୍ଗାଳି ପୁରସ୍କାର ମିଳିଛି।ରବିବାର ମିଶ୍ରିତ ୪ଗୁଣା ୪୦୦ ମିଟର ରିଲେରେ ଭାରତର ଦୁଇଟି ଦଳ ଭାଗ ନେଇଥିଲା ବେଳେ ସ୍ବର୍ଣ୍ଣ ଓ ରୌପ୍ୟ ମିଳିଥିଲା। ଆମୋଜ ଜାକବ, ଐଶ୍ବର୍ଯ୍ୟା ମିଶ୍ରା, ମହମ୍ମଦ ଆନସ ଓ ହିମାଂଶୀ ମଲ୍ଲିକଙ୍କୁ ନେଇ ଗଠିତ ଦଳ (୩:୧୭.୩୩ ସେକେଣ୍ଡ) ଏବଂ ନିହାଲ ଜୋଏଲ, ଶୁଭା ଭି, ମିଚୋ ଚାକୋ ଓ ଭିଥ୍ୟାଙ୍କୁ ନେଇ ଗଠିତ ଦଳ (୩:୧୮.୦୩ ସେକେଣ୍ଡ) ଯଥାକ୍ରମେ ୧-୨ରେ ରେସ୍ ଫିନିସ୍ କରିଥିଲେ। ୪ଗୁଣା ୪୦୦ ମିଟର ରିଲେ ପରୁଷ ଦଳ (୩:୦୨.୦୩ ସେକେଣ୍ଡ) ଏବଂ ମହିଳା ଦଳ (୩:୩୦.୪୧ ମିନିଟ୍) ସ୍ବର୍ଣ୍ଣ ଜିତିଥିଲେ।
Trending
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
Prev Post
Next Post