ଡେଙ୍ଗୁ, ମ୍ୟାଲେରିଆ ସଚେତନତା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ

ଡେଙ୍ଗୁ, ମ୍ୟାଲେରିଆ ପ୍ରତି ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଚଳଚ୍ଚିତ୍ର କଳାକାରଙ୍କ ଜରିଆରେ ଡେଙ୍ଗୁ ସହ ଅନ୍ୟ ରୋଗର ପ୍ରତିକାର ପାଇଁ ସଚେତନତା ସୃଷ୍ଟି କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶିଳ୍ପ, କୃଷି, ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ସ୍ତରରେ ବିଭିନ୍ନ ବିଭାଗ ସହ ସମନ୍ୱୟ ରଖି କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

ସେହିପରି ଶିକ୍ଷାନୁଷ୍ଠାନରେ ଡେଙ୍ଗୁ ବ୍ୟାପୁଥିବା ବେଳେ ଅନେକ ଛାତ୍ରଛାତ୍ରୀ ଆକ୍ରନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ଛାତ୍ରଛାତ୍ରୀଙ୍କୁ ସଚେତନ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ । ହଷ୍ଟେଲ ଓ ସ୍କୁଲ ପରିସର ସଫେଇ ପାଇଁ ସ୍କୁଲ ଓ କଲେଜ ଗୁଡ଼ିକୁ କୁହାଯାଇଛି । ଏନେଇ ଚିନ୍ତା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।