କଦଳୀ ପତ୍ରରେ ଭୋଜନ ସେବନ କରିବା ଅନେକ ସମୟରେ ଦେଖିଥିବେ। ଭାରତରେ କଦଳୀ ପତ୍ରର ଶୁଭ କାର୍ଯ୍ୟରେ ବିଶେଷ ଭାବେ ପ୍ରୟୋଗ କରାଯାଏ। ଏହାର ବ୍ୟବହାର ବିଭିନ୍ନ ସମାରୋହରେ ଭୋଜନ ପରସିବା କିମ୍ବା ଅନୁଷ୍ଠାନରେ ଥାଳି ଭାବେ ବ୍ୟବହାର କରାଯାଏ। ଏହି ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ।
କଦଳୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ପରିବେଶ ପାଇଁ ମଧ୍ୟ ଉପଯୋଗୀ। ଏହାର ଅନେକ ଲାଭ ରହିଛି।
କଦଳୀ ପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏଥିରେ ଭିଟାମିନ୍ ସି ମଧ୍ୟ ରହିଛି। ଯାହା ଏକ ଶକ୍ତିଶାଳୀ ଆଣ୍ଟି- ଅକ୍ସିଡାଣ୍ଟ। ଏହା ଆମ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରିଥାଏ।କଦଳୀ ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଏଥିରେ ଥିବା ପ୍ରାକୃତିକ ଏନଜାଇମ୍ ଭୋଜନକୁ ହଜମ କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଫାଇବର ପାଚନ ତନ୍ତ୍ରକୁ ମଜଭୂତ କରିବାରେ ସହାୟକ ହୋଇଥାଏ।
କଦଳୀ ପତ୍ରରେ ଆଣ୍ଟି- ବ୍ୟାକ୍ଟେରିୟଲ ଗୁଣ ରହିଛି। ଯାହା ତ୍ୱଚାର ଅନେକ ସମସ୍ୟାକୁ ଦୂର କରିଥାଏ।
କଦଳୀ ପତ୍ରରେ ଭିଟାମିନ୍ ଏ ରହିଛି। ଯାହା ଚକ୍ଷୁ ପାଇଁ ଖୁବ୍ ଉପକାରୀ।ପୂର୍ବ ସମୟରେ ଆୟୁର୍ବେଦ ଔଷଧ ତିଆରି କରିବା ପାଇଁ କଦଳୀ ପତ୍ରର ବ୍ୟବହାର କରାଯାଉଥିଲା। ଭାରତୀୟ ସଂସ୍କୃତିରେ କଦଳୀ ପତ୍ରକୁ ବିିଭିନ୍ନ ସ୍ଥାନରେ ବ୍ୟବହାର କରାଯାଏ। ପୂଜା ପର୍ବ ଠାରୁ ଆରମ୍ଭ କରି ଘର ସାଜସଜ୍ଜା ପର୍ଯ୍ୟନ୍ତ କଦଳୀ ପତ୍ର ବ୍ୟବହାର କରାଯାଏ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post