କଦଳୀ ପତ୍ରରେ ଭୋଜନ ସେବନ କରିବା ଅନେକ ସମୟରେ ଦେଖିଥିବେ। ଭାରତରେ କଦଳୀ ପତ୍ରର ଶୁଭ କାର୍ଯ୍ୟରେ ବିଶେଷ ଭାବେ ପ୍ରୟୋଗ କରାଯାଏ। ଏହାର ବ୍ୟବହାର ବିଭିନ୍ନ ସମାରୋହରେ ଭୋଜନ ପରସିବା କିମ୍ବା ଅନୁଷ୍ଠାନରେ ଥାଳି ଭାବେ ବ୍ୟବହାର କରାଯାଏ। ଏହି ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ।
କଦଳୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ପରିବେଶ ପାଇଁ ମଧ୍ୟ ଉପଯୋଗୀ। ଏହାର ଅନେକ ଲାଭ ରହିଛି।
କଦଳୀ ପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏଥିରେ ଭିଟାମିନ୍ ସି ମଧ୍ୟ ରହିଛି। ଯାହା ଏକ ଶକ୍ତିଶାଳୀ ଆଣ୍ଟି- ଅକ୍ସିଡାଣ୍ଟ। ଏହା ଆମ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରିଥାଏ।କଦଳୀ ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଏଥିରେ ଥିବା ପ୍ରାକୃତିକ ଏନଜାଇମ୍ ଭୋଜନକୁ ହଜମ କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଫାଇବର ପାଚନ ତନ୍ତ୍ରକୁ ମଜଭୂତ କରିବାରେ ସହାୟକ ହୋଇଥାଏ।
କଦଳୀ ପତ୍ରରେ ଆଣ୍ଟି- ବ୍ୟାକ୍ଟେରିୟଲ ଗୁଣ ରହିଛି। ଯାହା ତ୍ୱଚାର ଅନେକ ସମସ୍ୟାକୁ ଦୂର କରିଥାଏ।
କଦଳୀ ପତ୍ରରେ ଭିଟାମିନ୍ ଏ ରହିଛି। ଯାହା ଚକ୍ଷୁ ପାଇଁ ଖୁବ୍ ଉପକାରୀ।ପୂର୍ବ ସମୟରେ ଆୟୁର୍ବେଦ ଔଷଧ ତିଆରି କରିବା ପାଇଁ କଦଳୀ ପତ୍ରର ବ୍ୟବହାର କରାଯାଉଥିଲା। ଭାରତୀୟ ସଂସ୍କୃତିରେ କଦଳୀ ପତ୍ରକୁ ବିିଭିନ୍ନ ସ୍ଥାନରେ ବ୍ୟବହାର କରାଯାଏ। ପୂଜା ପର୍ବ ଠାରୁ ଆରମ୍ଭ କରି ଘର ସାଜସଜ୍ଜା ପର୍ଯ୍ୟନ୍ତ କଦଳୀ ପତ୍ର ବ୍ୟବହାର କରାଯାଏ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post