ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ,ଏନେଇ ଜାତୀୟ ଭେଷଜ ଆୟୋଗ (ଏନ୍ଏମସି) ବିଜ୍ଞପ୍ତି ଜାରି କରିଛି
ଆଭା ଆଇଡି’ (ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ)କୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଜାତୀୟ ଭେଷଜ ଆୟୋଗ (ଏନ୍ଏମସି) ବିଜ୍ଞପ୍ତି ଜାରି କରିଛି। ଏଣିକି ସମସ୍ତ ସରକାରୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ରୋଗୀଙ୍କ ପାଖରେ ‘ଆଭା ଆଇଡି’ (ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ)କୁ ବାଧ୍ୟତାମୂଳକ କରାଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ମେଡିକାଲ କଲେଜ ସେମାନଙ୍କ ଅଧୀନରେ ଥିବା ଡାକ୍ତରଖାନାକୁ ବହିର୍ବିଭାଗ, ଆନ୍ତଃ ବିଭାଗ ଓ ଆଶୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ନିକଟରେ ଆଭା ଆଇଡି ଥିବା ନିଶ୍ଚିତ କରିବେ। ଡାକ୍ତରଖାନା ପଞ୍ଜୀକରଣ ସଂଖ୍ୟା ସହ ଆଭା ଆଇଡି ସଂଯୁକ୍ତ କରାଯିବ; ତେବେ ଆଭା ଆଇଡି ନ ଥିବା ରୋଗୀଙ୍କୁ ବିନା ଚିକିତ୍ସାରେ ଫେରାଇ ଦିଆଯାଇପାରିବ ନାହିଁ ବୋଲି ଏନ୍ଏମସି ସ୍ପଷ୍ଟ କରିଛି।
ସୂଚନାଯୋଗ୍ୟ ଯେ ଆୟୁଷ୍ମାନ ଯୋଜନା ଅଧୀନରେ ଆଭା ଆଇଡି ଏକ ୧୪ ସଂଖ୍ୟା ବିଶିଷ୍ଟ ସ୍ବତନ୍ତ୍ର ପରିଚୟ ସଂଖ୍ୟା। ଏହା ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଡିଜିଟାଲ ତଥ୍ୟ ରଖିଥାଏ। ୨୦୨୩ ଅକ୍ଟୋବରରେ ରୋଗୀଙ୍କ ପଞ୍ଜୀକରଣ ଆଭା ଆଇଡି ମାଧ୍ୟମରେ କରିବାକୁ ଏନ୍ଏମସି ସ୍ଥିର କରିଥିଲା।