ମୁମ୍ବାଇରେ ୨ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ

ଭାରତକୁ ପୁଣି ଫେରିଲା କୋଭିଡ ଭୟ। ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମୁମ୍ବାଇ ପରେଲରେ ଥିବା BMC ପରିଚାଳିତ KEM ହସ୍ପିଟାଲରେ ଏହି ଦୁଇଟି ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ମୃତକଙ୍କ ମଧ୍ୟରୁ ଜଣେ କ୍ୟାନସରରେ ପୀଡ଼ିତ ଥିବାବେଳେ ଅନ୍ୟ ଜଣଙ୍କର କିଡ୍‌ନୀ ସମସ୍ୟା ଥିଲା। କୋଭିଡ ମୃତ୍ୟୁ ସାମ୍ନାକୁ ଆସିବା ପରେ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ବଡ଼ ବୟାନ । ଗୁରୁତର ରୋଗରେ ପିଡିତ ରୋଗୀ ସତର୍କ ରହିବାକୁ କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। କୋମର୍ବିଟ ରୋଗୀ ସାବଧାନ ରୁହନ୍ତୁ। କୀଡୀନି ଭଳି ଗୁରୁତର ରୋଗୀ ହୋଇଥିଲେ ମାସ୍କ ପିନ୍ଧନ୍ତୁ। ଏବେ ବ୍ୟାପିଥିବା କୋଭିଡ଼ ଓମିକ୍ରନର ସବଭାରିଆଣ୍ଟ। ଏଥିରେ ମାଇଲଡ ସିମଟମ ରହୁଛି। ଏ ପର୍ଯ୍ୟନ୍ତ କେନ୍ଦ୍ର ରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ। ଓଡିଶା ରେ ଚି଼ହ୍ନଟ ହେଲେ ଜିନମ ସିକ୍ୟୁଏନସି ପାଇଁ ପଠାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ମୁମ୍ବାଇର କେଇଏମ୍‌ ହସ୍ପିଟାଲରେ ୨ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଜଣେ ରୋଗୀ କ୍ୟାନସରରେ ଆକ୍ରାନ୍ତ ଥିଲେ। ସେହିପରି ଅନ୍ୟ ଜଣେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ବୋଲି ସୂଚନା ମିଳିଛି।

Leave a comment