ଜିରା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରିଥାଏ ତାହା ନୁହେଁ, ଏଥିରେ ଭରି ରହିଥିବା ବହୁ ଔଷଧୀୟ ଗୁଣ ଅନେକ ରୋଗରୁ ମଧ୍ୟ ଆମକୁ ମୁକ୍ତି ଦେଇଥାଏ। ବିଶେଷକରି ଗ୍ୟାସ୍ ହୋଇ ପେଟ ଫୁଲିଥିଲେ କିମ୍ବା ଆମ୍ବିଳା ହେକୁଟି ହେଉଥିଲେ କିଛି ଜିରାକୁ ଚୋବାଇ ଉଷୁମ ପାଣି ପିଇଦେଲେ ବେଶ୍ ଆରାମ ମିଳିଥାଏ। କେବଳ କଞ୍ଚା ଜିରା କାହିଁକି ଭଜା ଜିରାର ଗୁଣ୍ଡକୁ ବି ସେବନ କଲେ ଅନେକ ଉପକାର ମିଳେ। ଯଦି ଥଣ୍ଡା ହୋଇ ବାରମ୍ବାର ଛିଙ୍କ ହେଉଥାଏ, ତା’ହେଲେ ଜିରା ଗୁଣ୍ଡକୁ ଏକ କପଡ଼ାରେ ବାନ୍ଧି ବାରମ୍ବାର ଶୁଙ୍ଘିଲେ ଛିଙ୍କ ବନ୍ଦ ହୋଇଯାଇଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ସେହିପରି ପାଚନ ତନ୍ତ୍ର ଦୁର୍ବଳ ହୋଇ ଯାଉଥିଲେ ଭଜା ଜିରାର ଗୁଣ୍ଡକୁ କିଛି ଦିନ ସେବନ କଲେ ଅନେକ ଉପକାର ମିଳେ; କାରଣ ଏଥିରେ ଆଣ୍ଟିଅକ୍ସିଡାଣ୍ଟର କିଛି ଗୁଣ ରହିଛି। ମୁଣ୍ଡବିନ୍ଧା ହେଉଥିଲେ ଜିରା ଗୁଣ୍ଡରେ କିଛି ମିସିରି ମିଶାଇ ଖାଇଲେ ବି ଅନେକାଂଶରେ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ।
Trending
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
Prev Post
Next Post