ବର୍ତ୍ତମାନର ବ୍ୟସ୍ତବହୁଳ, ଚାପଯୁକ୍ତ ଜୀବନଶୈଳୀରେ ହସପ ବେଶ୍ ମହତ୍ତ୍ବ ରହିଛି । ଟିକେ ହସିଦିଲେ ଏହା ଦ୍ବାରା ଶାନ୍ତି, ଦୁଃଖ, ଚାପ, ଅବସାଦ ଦୂର ହୋଇଯାଇଥାଏ । ନିଜେ ହସିବା ସହିତ ଅନ୍ୟକୁ ହସାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର 7 ତାରିଖକୁ ବିଶ୍ବ ହସ ଦିବସ ଭାବେ ପାଳନ କରାଯାଇଥାଏ । 1963 ମସିହାରେ ମାସାରୁସେଟ୍ସ କଳାକାର ହାର୍ଭେ ବଲ୍ ଏକ ସ୍ମାଇଲ ଗ୍ରାଫିକ୍ସ କରିଥିଲେ । ଏହାପରେ 1999 ମସିହାରେ ସେ ଘୋଷଣା କରିଥିଲେ ଯେ, ଅକ୍ଟୋବରର ପ୍ରଥମ ଶୁକ୍ରବାର ବିଶ୍ୱ ହସ ଦିବସ ଭାବରେ ପାଳନ କରାଯିବ । 2001ରେ ହାର୍ଭେଙ୍କ ମୃତ୍ୟୁ ପରେ ହାର୍ଭେ ବଲ୍ ୱାର୍ଲ୍ଡ ସ୍ମାଇଲ୍ ଫାଉଣ୍ଡେସନ୍ ତାଙ୍କ ନାମରେ ନାମିତ ହେଲା । ତାଙ୍କ ସ୍ମୃତିରେ ପ୍ରତିବର୍ଷ ବିଶ୍ୱ ହସ ଦିବସ ପାଳନ କରାଯାଏ ।ହସିଲେ ଶରୀର ଉପରେ କେଉଁ ପ୍ରଭାବ ପଡେ- ପ୍ରତିଦିନ ହସିବା ଦ୍ବାରା ମାନସିକ ଅବସାଦ ଦୂର ହୋଇଥାଏ । ଜଣେ ହସୁଥିବା ବ୍ୟକ୍ତିକୁ ଦେଖିଲେ ମନରେ ଶକରାତ୍ମକ ଭାବନା ଆସିଥାଏ । ଏହାସହ ହସିବା ଦ୍ବାରା ଏଣ୍ଡରୋଫିନ ନିର୍ଗତ ହୋଇଥାଏ, ଯାହା ଚିନ୍ତାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ହସ ପାଟିର ମାଂସପେଶୀକୁ ବ୍ୟାୟାମ କରେ । ଏହା ଚର୍ମକୁ ଶକ୍ତ ରଖିଥାଏ ଯାହା ଦ୍ବାରା ଚର୍ମରେ ବୟସ ପୂର୍ବରୁ ବାର୍ଦ୍ଧକ୍ୟ ଅବସ୍ଥା ଆସିନଥାଏ ।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Prev Post
Next Post