ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା ପୋଷକ ତତ୍ତ୍ୱ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଜାଣନ୍ତୁ ଏହାର ଏକାଧିକ ଉପକାରିତା ସମ୍ପର୍କରେ…ଗ୍ୟାସ୍, ଏସିଡିଟି, ବଦହଜମୀ ଭଳି ସମସ୍ୟା ବର୍ତ୍ତମାନ ଅନେକଙ୍କଠାରେ ଦେଖିବାକୁ ମିଳୁଛି। ଜିରା ଖାଇଲେ ଖାଦ୍ୟ ହଜମରେ ସାହାଯ୍ୟ କରୁଥିବା ଏନ୍ଜାଇମ୍ ବୃଦ୍ଧି ହୋଇଥାଏ। ଫଳରେ ଏଭଳି ସମସ୍ୟା ଦୂରକରିବା ଲାଗି ଜିରା ସବୁଠୁ ଭଲ ପ୍ରାକୃତିକ ଔଷଧ ଭାବେ କାମ କରିଥାଏ।
ଜିରାରେ ଆଇରନ୍ ମାତ୍ରା ଅଧିକ। ତେଣୁ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିବା ଦ୍ୱାରା ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ଯୋଗୁ ଶରୀରରୁ ହେଉଥିବା ଆଇରନ୍ କ୍ଷୟ ଏବଂ ଏଥିନେଇ ହେଉଥିବା ଦୁର୍ବଳତା ଦୂରହୋଇଥାଏ। ଏହା ହିମୋଗ୍ଲୋବିନ୍ ମାତ୍ରା ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
ଋତୁସ୍ରାବରେ ଅନିୟମିତତା ଦେଖାଦେଉଥିଲେ ୧ ଗ୍ଲାସ୍ ପାଣିରେ ୧ ଚାମଚ ଜିରା ମିଶାଇ ଫୁଟାନ୍ତୁ ଏବଂ ଥଣ୍ଡାକରି ଉକ୍ତ ପାଣିକୁ ପିଅନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ସମସ୍ୟା ଦୂରହୋଇପାରିବ।ଜିରାରେ ଭରି ରହିଛି ପ୍ରଚୁର ପରିମାଣରେ ଭିଟାମିନ୍ ଇ; ଯାହାକି ତ୍ୱଚା ପାଇଁ ଉପକାରୀ। ଏଥିରେ ଥିବା ଅନ୍ୟାନ୍ୟ ପଦାର୍ଥ ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରିଥାଏ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post