ବର୍ତ୍ତମାନ ସମୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି), ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ବିଭିନ୍ନ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ।ତେବେ ଏହା ମଧ୍ୟରେ ଚାକିରି ଆଶାୟୀଙ୍କ ପାଇଁ ଆସିଛି ପୁଣି ଏକ ଖୁସି ଖବର । ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲଗୁଡ଼ିକରେ ପୂରଣ ହେବ ପ୍ରଫେସର ଓ ଆସୋସିଏଟ୍ ଅଧ୍ୟାପକ ପଦ । ଏନେଇ ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ (ଡିଏମଇଟି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଠିକା ବା ଡେପୁଟେସନରେ ଏହି ନିଯୁକ୍ତି ଦିଆଯିବା ସହିତ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ଓ ନ୍ୟାସନାଲ ମେଡିକାଲ କମିଶନ ସର୍ତ୍ତ ଅନୁଯାୟୀ ସମସ୍ତ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି ।ରାଜ୍ୟରେ ପ୍ରଫେସର ଓ ଆସୋସିଏଟ୍ ଅଧ୍ୟାପକ ପଦ ପୂରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ କରାଯାଇଥିବା ବେଳେ ୧୫ ଜଣ ପ୍ରଫେସର ଓ ୧୦ ଜଣ ଆସୋସିଏଟ ପ୍ରଫେସରଙ୍କୁ ବିଭିନ୍ନ ମେଡିକାଲ କଲେଜକୁ ଟ୍ରାନ୍ସଫର କରାଯାଇଛି । ୧୫ ଜଣ ପ୍ରଫେସରଙ୍କୁ ପୁରୀ ଏସଜେ ମେଡିକାଲ କଲେଜ, ଏସସିବି ମେଡିକାଲ କଲେଜ, ଯାଜପୁର ଜେକେ ମେଡିକାଲ କଲେଜକୁ ବଦଳି କରାଯାଇଛି ।
Trending
- ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବେ ରାଜ୍ୟ ସରକାର
- ଚଳନ୍ତା ଆମ ବସ୍ରେ ଲାଗିଲା ନିଆଁ
- ଲଗାତାର ୩୦ ଦିନ ଧରି ଗିରଫ ହେବା ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ପଦ ହରାଇପାରନ୍ତି
- ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
- ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
Next Post