ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷଙ୍କ ଖୁବ୍ ମହତ୍ତ୍ୱ ରହିଛି। ଏହି ବୃକ୍ଷ ପୂଜନୀୟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଆୟୁର୍ବେଦରେ ଜଡି-ବୁଟୀ ଭାବେ ଏହାର ବ୍ୟବହାର କରାଯାଏ। ତୁଳସୀ ପତ୍ରରେ ୧୦୦ରୁ ଅଧିକ ରୋଗକୁ ନଷ୍ଟ କରିବାର କ୍ଷମତା ରହିଛି। ଏହା ଅନେକ ଔଷଧୀୟ ଗୁଣରେ ଭରପୁର। ତୁଳସୀ ପତ୍ରକୁ ସଠିକ୍ ଉପାୟରେ ଏହାର ବ୍ୟବହାର କରାଗଲେ, ମାନସିକ ଦୁଃଶ୍ଚିନ୍ତା ଠାରୁ ଆରମ୍ଭ କରି ଅନେକ ରୋଗରୁ ମୁକ୍ତି ମିଳିପାରିବ। ଜାଣନ୍ତୁ..
ତୁଳସୀପତ୍ରକୁ ପିଲାଙ୍କୁ ଥଣ୍ଡାକାଶ ଠାରୁ ଆରମ୍ଭ କରି ଗଳାରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଏ। ଏହାର ଲାଭ ପାଇବା ପାଇଁ ତୁଳସୀପତ୍ରକୁ ମହୁ ସହ ସେବନ କରନ୍ତୁ। ଏକ ଚାମଚ ତୁଳସୀପତ୍ର ରସରେ ଏକ ଚାମଚରୁ କମ୍ ମହୁ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ।
ବିଶେଷଜ୍ଞଙ୍କ ମତାନୁସାରେ ଖାଲି ପେଟରେ ତୁଳସୀପତ୍ର ଚୋବାଇ ଖାଆନ୍ତୁ। ନିୟମିତ ଭାବେ ଖାଲି ପେଟରେ ତୁଳସୀ ପତ୍ର ଚୋବାଇ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ।
ତୁଳସୀପତ୍ରକୁ ଚା’ ଭାବେ ପ୍ରସ୍ତୁତ କରି ମଧ୍ୟ ପିଇପାରିବେ। କ୍ଷୀର ଚା’ରେ ତୁଳସୀପତ୍ର ପକାଇ ଏହାର ସେବନ କଲେ, ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ଶରୀରକୁ ମାରାତ୍ମକ ରୋଗରୁ ରକ୍ଷା କରିଥାଏ।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଶରୀରକୁ ସୁସ୍ଥ ରଖିବା ପାଇଁ ତୁଳସୀପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥି ପାଇଁ ତୁଳସୀପତ୍ରରେ କାଢା ପ୍ରସ୍ତୁତ କରି ପିଇପାରିବେ। ଏଥିପାଇଁ ୧ କପ ପାଣି ନିଅନ୍ତୁ,୧୨ରୁ ୧୪ଟି ତୁଳସୀ ପତ୍ର, ଅଳ୍ପ ଅଦା ପକାଇ କିଛି ସମୟ ଫୁଟାଇବା ପରେ ଏହାକୁ ଛାଣି ପିଅନ୍ତୁ।
ତୁଳସୀପତ୍ରର ଜୁସ୍ ଗଳା କୁଣ୍ଡାଇ ହେବା,ଗଳା ଯନ୍ତ୍ରଣା ଠାରୁ ଆରମ୍ଭ କରି ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ। ୧୦ ରୁ ୧୫ଟି ତୁଳସୀପତ୍ରର ରସକୁ ଏକ ଗ୍ଲାସ ପାଣିରେ ମିଶାନ୍ତୁ। ଏହାକୁ ସେବନ କରିବା ଦ୍ୱାରା ପେଟ ଜନିତ ସମସ୍ୟା ଠାରୁ ଆରମ୍ଭ କରି ଓଜନ ହ୍ରାସ ହେବାରେ ମଧ୍ୟ ସହାୟକ ହୋଇଥାଏ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post