ଖବରକାଗଜରେ ଖାଦ୍ୟ ଗୁଡ଼ାଇ ଖାଉଛନ୍ତି କି ହୋଇ ଯାଆନ୍ତୁ ସାବଧାନ। ଏହା ଭୟାନକ ରୋଗକୁ ଡାକି ଆଣିପାରେ। ଏଥିସହ ସାଂଘାତିକ ପ୍ରମାଣିତ ହୋଇପାରେ। ଅଧିକାଂଶ ସମୟରେ ଦେଖାଯାଏ ବାହାର ଖାଦ୍ୟ ବିଶେଷ କରି ଛଣାଛଣି ଖାଦ୍ୟ କିଣିବା ସମୟରେ ଏହାକୁ ସାଧାରଣତଃ ଖବରକାଗଜରେ ପ୍ୟାକିଙ୍ଗ କରି ଦିଆଯାଏ। ଫୁଟପାଥରେ ମଧ୍ୟ ଖବୀକାଗଜରେ ଖାଦ୍ୟ ବିକ୍ରି ହେଉଥିବାର ଦେଖାଯାଏ ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। କିନ୍ତୁ ଆମେ ଏଥିପ୍ରତି ଧ୍ୟାନ ନ ଦେଇ ଖବରକାଗଜରେ ଗୁଡ଼ାଇ ଦିଆଯାଇଥିବା ସିଙ୍ଗଡା, ପାକୋଡା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ଖାଇଥାଉ।ଖବରକାଗଜରେ ଆବୃତ ଥିବା ଖାଦ୍ୟ କେବେବି ଖାଇବା ଉଚିତ ନୁହେଁ । ବିଶେଷକରି ଖବରକାଗଜରେ ଗରମ ଖାଦ୍ୟ ରଖିବା ଏବଂ ଏହାକୁ ଗୁଡ଼ାଇ ରଖିବା ଠାରୁ ସର୍ବଦା ଦୂରେଇ ରହିବା ଉଚିତ୍। ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଖବରକାଗଜରେ ପ୍ରିଣ୍ଟିଂ ଇଙ୍କି ବ୍ୟବହୃତ ହୁଏ। ଏହି ଇଙ୍କ ଦାଗ ଖାଦ୍ୟରେ ଲାଗି ଆପଣଙ୍କୁ ଅସୁସ୍ଥ କରିପାରେ। ଖବରକାଗଜରେ ଖାଦ୍ୟ ଗୁଡ଼ାଇବା ଦ୍ୱାରା ଏହା ବିଷାକ୍ତ ହୋଇପାରେ ଏବଂ ପେଟ ବ୍ୟଥା ହୋଇପାରେ।କେବେ ଖବରକାଗଜରେ ଆବୃତ ଖାଦ୍ୟକୁ ଅଫିସକୁ ଆଣନ୍ତୁ ନାହିଁ। କିମ୍ବା ଖବରକାଗଜରେ ଖାଦ୍ୟ ଖାଆନ୍ତୁ ନାହିଁ । ଏହା କରିବା ଦ୍ୱାରା ଆପଣଙ୍କ ଶରୀରର ପୌଷ୍ଟିକ ବିକାଶ ମଧ୍ୟ ବନ୍ଦ ହୋଇପାରେ। ପିଲାମାନଙ୍କୁ କେବେ ଖବରକାଗଜରେ ଗରମ ଖାଦ୍ୟ ଦିଅନ୍ତୁ ନାହିଁ, ଏହା ସେମାନଙ୍କର ଶାରୀରିକ ବିକାଶରେ ବାଧା ସୃଷ୍ଟି କରିଥାଏ । ଖବରକାଗଜ ଇଙ୍କ୍ ଆପଣଙ୍କ ଭିତରକୁ ଯାଇ ପାଟି କ୍ୟାନସର ଠାରୁ ଆରମ୍ଭ କରି ଲିଭର କ୍ୟାନସର ହେବାର ଆଶଙ୍କା ରହିଛି। ୨୦୧୬ରେ ଦେଶର ଖାଦ୍ୟ ସୁରକ୍ଷା ନିୟାମକ FSSAI ମଧ୍ୟ ଖବରକାଗଜରେ ଆବୃତ ଖାଦ୍ୟ ସାମଗ୍ରୀ ଖାଇବା ବିଷୟରେ ସତର୍କ କରାଇଛି।ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ଅନୁଯାୟୀ, ଇଙ୍କରେ କ୍ଷତିକାରକ ରଙ୍ଗ, ପିଗମେଣ୍ଟ ରହିଥାଏ ଯାହା ପେଟ ସଂକ୍ରମଣର କାରଣ ହୋଇପାରେ। ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ ଅନୁଯାୟୀ, ଖବରକାଗଜରେ ଆବୃତ ଖାଦ୍ୟ ବୃଦ୍ଧ, କିଶୋର, ଶିଶୁ ଏବଂ ଯେକୌଣସି ରୋଗରେ ପୀଡିତ ଲୋକଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଖବରକାଗଜରେ ରଖାଯାଇଥିବା ଖାଦ୍ୟ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ହରାଇବାର ଆଶଙ୍କା ମଧ୍ୟ ଅଛି। କେବଳ ଏତିକି ନୁହେଁ, ଏହା ହଜମ ପ୍ରକ୍ରିୟାକୁ ମଧ୍ୟ କ୍ଷତି ପହଞ୍ଚାଏ।
Trending
- ନିର୍ବାଚନ ଜିତିଲେ ମୁଁ ମୁଖ୍ୟମନ୍ତ୍ରୀ ହେବି – କେ. ପଲାନିସ୍ୱାମୀ
- ଟୁଇନ ସିଟିରେ କଂଗ୍ରେସ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ – ପୋଲିସ କମିଶନର
- ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର
- ସ୍କୁଲକୁ ବୋମା ଧମକ
- ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଉଦ୍ୟମ , ପୁଲିସ କର୍ମୀ ଧସ୍ତାଧସ୍ତି
- ବିଜେଡ଼ି ପକ୍ଷରୁ ବାଲେଶ୍ବର ବନ୍ଦ ଡ଼ାକରା ,ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ
- ଏହା ଆତ୍ମହତ୍ୟା ନୁହେଁ , ଏହା ବିଜେପିର ବ୍ୟବସ୍ଥା ଦ୍ଵାରା ସଂଗଠିତ ହୋଇଥିବା ହତ୍ୟା – ରାହୁଲ ଗାନ୍ଧୀ
- ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ଲକ୍ଷର ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ଆଜି ପୃଥୀବି ପୃଷ୍ଠକୁ ଫେରିବେ ଶୁଭାଂଶୁ ଶୁକ୍ଳା
- ପୈତୃକ ଗାଁ ପଳାସିଆରେ ପହଞ୍ଚିଲା ମୃତ ସୌମ୍ୟାଶ୍ରୀଙ୍କ ମରଶରୀର