ଓଡ଼ିଶାବାସୀଙ୍କୁ ନ୍ୟାୟ ମିଳିଲା : ମୁଖ୍ୟମନ୍ତ୍ରୀ

ମୋଦି ସରକାର ଆସିବାର ଦଶ ବର୍ଷ ପରେ ଓଡ଼ିଶାବାସୀଙ୍କୁ ନ୍ୟାୟ ମିଳିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ରୁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଲାଗୁ କରିଥିଲେ। ହେଲେ ଓଡ଼ିଶାରେ ପୂର୍ବ ସରକାର ତାକୁ ଲାଗୁ କରିନଥିଲେ।

ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ରାଜ୍ୟରେ ଲାଗୁ ହୋଇଛି। ଏଥିସହ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଯୋଡ଼ି ହୋଇଛି। ଏହା ଫଳରେ ଓଡ଼ିଶାବାସୀଙ୍କୁ ନ୍ୟାୟ ମିଳିଛି। ଏହା ଦ୍ବାରା ଲୋକେ ଉପକୃତ ହେବ। ସେ ଆହୁରି କହିଛନ୍ତି ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ଏଥିରେ ଏଏନଏମ୍, ସ୍ବାସ୍ଥ୍ୟ କର୍ମୀ ଓ  ଯୋଗ ଶିକ୍ଷକ ରହିବେ। ବିମାନବନ୍ଦରରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।