କେତେବେଳେ ଆପଣ ଖାଦ୍ୟରେ ବ୍ୟବହାର କରୁଥିବେ ତ କେତେବେଳେ ଆପଣ ମାଉଥ ଫେସ୍ କରିବା ପାଇଁ ଖାଉଥିବେ । ଓଡ଼ିଆ ଲୋକମାନେ ଏହାକୁ ପାନମଧୁରୀ ମଧ୍ୟ କହିଥାନ୍ତି, କାରଣ ମାଧୁରୀକୁ ପାନ ମସଲା ଭାବେ ବ୍ୟବହାର କରାଯାଏ । ହେଲେ ଆପଣ ଜାଣନ୍ତି କି ମଧୁରୀ ଖାଇବାର ପ୍ରକୃତ ଫାଇଦା? ଏହା ଖାଇବା ଦ୍ୱାରା ଓଜନ ହ୍ରାସ ହେବା ସହ ଶରୀର ପ୍ରତି ଏହା ଅଧିକ ଲାଭଦାୟକ ହୋଇଥାଏ । ଏହାସହିତ ମଧୁରୀ ଅନେକ ଶାରୀରିକ ରୋଗବ୍ୟାଧିକୁ ମଧ୍ୟ ଦୂର କରିଥାଏ । ତେବେ ଆସନ୍ତୁ ମେଡିକାଲ ଖବରରୁ ଏହାର ଲାଭଦାୟକ ଗୁଣ ବିଷୟରେ ଜାଣିବା ।
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ: ମଧୁରୀ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଓଜନ ପରିଚାଳନାରେ ଡାଏଟାରୀ ଫାଇବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ହଜମ ପ୍ରକ୍ରିୟାରେ ଏକ ବଲ୍କିଂ ଏଜେଣ୍ଟ ଭାବରେ କାର୍ଯ୍ୟ କରେ। ଯେଉଁଥିପାଇଁ ଭୋକର ଅନୁଭବ କମିଯାଏ ଏବଂ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଭବ କରେ। ଏହି କାରଣରୁ, କ୍ୟାଲୋରୀ ଗ୍ରହଣ କମ୍ ଅଟେ। ଯେଉଁ କାରଣରୁ ଓଜନ ହ୍ରାସ ସହଜରେ କରାଯାଇଥାଏ।
ହାଡ଼କୁ ମଜବୁତ କରେ: ମଧୁରୀରେ ମିଳୁଥିବା ଭିଟାମିନ୍ ଏବଂ ମିନେରାଲ୍ସ ହାଡର ଗଠନ ଏବଂ ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ। ଏଥିରେ ଫସଫେଟ୍, କ୍ୟାଲସିୟମ୍, ଆଇରନ୍, ଜିଙ୍କ, ମାଙ୍ଗାନିଜ୍ ଏବଂ ଭିଟାମିନ୍ ‘କେ’ ହାଡର ବିକାଶରେ ସାହାଯ୍ୟ କରିଥାଏ। ଏହା ସହିତ, ଅସ୍ଥି ଭାଙ୍ଗିବାର ଆଶଙ୍କା ହ୍ରାସ କରିବାରେ ମଧ୍ୟ ମଧୁରୀ ବହୁତ ସାହାଯ୍ୟ କରନ୍ତି।