ଆମିଷ ଅତ୍ୟଧିକ ଖାଉଛନ୍ତି କି ?

ଭୋଗିପାରନ୍ତି ଏହି ସମସ୍ୟା

ଶରୀର ଅନୁଯାୟୀ ଡାଏଟ୍ ଅନୁସରଣ କରିବା ଉଚିତ୍। ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ, କିନ୍ତୁ ଯଦି ଆପଣ ଏଥିପାଇଁ ନିରାମିଷ ଖାଦ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହେବ ।ଅତ୍ୟଧିକ ପ୍ରୋଟିନ୍ କିଡନୀକୁ କ୍ଷତି ପହଞ୍ଚାଇପାରେ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଶରୀରକୁ କ୍ଷତି ସହିବାକୁ ପଡିପାରେ ।

ହୃଦ୍ରୋଗ:- ଅଧିକ ପ୍ରୋଟିନ୍ ଖାଇବା ଦ୍ୱାରା ହୃଦ୍ରୋଗ ହୋଇପାରେ । ଏହା ହୃଦୟର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହାଦ୍ୱାରା ହୃଦଘାତ ମଧ୍ୟ ହୋଇପାରେ । ତେଣୁ ଆପଣଙ୍କ ଶରୀର ଅନୁଯାୟୀ ପ୍ରୋଟିନ୍ ଖାଆନ୍ତୁ ।

କିଡନୀ ରୋଗ :-ଅଧିକ ପ୍ରୋଟିନ୍ ଖାଇବା ଦ୍ୱାରା କିଡନୀ ସମ୍ବନ୍ଧୀୟ ରୋଗ ହୋଇପାରେ । ଷ୍ଟୋନ୍ ହେବାର ବିପଦ ବଢିବାରେ ଲାଗେ । ବିଶେଷଜ୍ଞଙ୍କ ଅନୁଯାୟୀ, ଶରୀର ଅନୁଯାୟୀ ପ୍ରୋଟିନ୍ ଗ୍ରହଣ କରାଯିବା ଉଚିତ୍। କାରଣ ଏହା ବିଭିନ୍ନ ରୋଗର ଆଶଙ୍କା ବଢାଇଥାଏ। ଅଧିକ ପ୍ରୋଟିନ୍ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ହୋଇପାରେ । ଏହି କାରଣରୁ, ହଜମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ ।

କୋଷ୍ଠକାଠିନ୍ୟ:-ଅତ୍ୟଧିକ ପ୍ରୋଟିନ୍ ହଜମ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ଏପରି ପରିସ୍ଥିତିରେ, ଆପଣ ହଜମ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବା ସହ କୋଷ୍ଠକାଠିନ୍ୟରେ ପୀଡିତ ହୋଇପାରନ୍ତି ।

ଖାଆନ୍ତୁ ନାହିଁ ମାତ୍ରାଧିକ ନିରାମିଷ :-ଅଣ ଶାକାହାରୀ ଲୋକମାନେ ପ୍ରୋଟିନ୍ ପାଇଁ ବହୁତ ଚିକେନ୍, ଲାଲ୍ ମାଂସ, ମାଛ ଏବଂ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଅତ୍ୟଧିକ ନିରାମିଷ ଖାଦ୍ୟ ଖାଇବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ବିପଜ୍ଜନକ ପ୍ରମାଣିତ ହୋଇପାରେ । ଏହା ଯକୃତ ଏବଂ କିଡନୀକୁ ମଧ୍ୟ କ୍ଷତି ପହଞ୍ଚାଇପାରେ ।