ବିନା ଲୁଣରେ କୌଣସି ଖାଦ୍ୟ ଖାଇ ହୁଏନାହିଁ ଏବଂ ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ମଧ୍ୟ ନଥାଏ । ତେବେ କିଛି ଲୋକ ଅତ୍ୟଧିକ ମାତ୍ରାରେ ଲୁଣ ଖାଇଥାନ୍ତି । ସେମାନଙ୍କ ପକ୍ଷରେ ବିନା ଲୁଣରେ କୌଣସି ଖାଦ୍ୟ ଖାଇବା ଅସମ୍ଭବ ହୋଇଯାଇଥାଏ । ଯଦି ଆପଣ ମାତ୍ରାଧିକ ଲୁଣର ସେବନ କରୁଛନ୍ତି । ତେବେ ଆପଣ ଏବେଠୁ ସାବଧାନ ହୋଇଯାଆନ୍ତୁ । ଏହି ଅଭ୍ୟାସ ଆପଣଙ୍କୁ ବଡ଼ ସମସ୍ୟାରେ ପକାଇପାରେ ।ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ମେଡିକାଲ କ୍ଷେତ୍ରରେ ଲୁଣକୁ ଆବଶ୍ୟକଠାରୁ ଅଧିକ ଖାଇବା ପାଇଁ ମନା କରାଯାଇଥାଏ । କାରଣ ଲୁଣ ସେବନ ଦ୍ୱାରା ଆପଣ ଅନେକ ବଡ଼ ବଡ଼ ରୋଗର ବଶବର୍ତ୍ତୀ ହୋଇଥାନ୍ତି । ସେଥିରୁ ମୁଖ୍ୟ ହେଉଛି ଉଚ୍ଚ ରକ୍ତଚାପ । ମାତ୍ରାଧିକ ଲୁଣ ସେବନ ଦ୍ୱାରା ପ୍ରଥମେ ଏହି ରୋଗ ହିଁ ମଣିଷକୁ ସଂକ୍ରମଣ କରିଥାଏ । ଶରୀର ଠିକ ଭାବରେ କାର୍ଯ୍ୟକ୍ଷମ ହେବା ପାଇଁ ଲୁଣର ଆବଶ୍ୟକତା ରହିଛି । କିନ୍ତୁ ଏହାର ମାତ୍ରାଧିକ ସେବନ ହୃଦରୋଗ, ରକ୍ତଚାପ, ଷ୍ଟ୍ରୋକ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସର୍ଭେ ରିପୋର୍ଟ ଅନୁସାରେ, ଲୁଣ ସମସ୍ତଙ୍କ ଶରୀରରେ ଉଚ୍ଚ ରକ୍ତଚାପ ସୃଷ୍ଟି କରେ । ତେଣୁ ଆପଣମାନେ ଲୁଣକୁ କମେଇବାକୁ ଚେଷ୍ଟା କରନ୍ତୁ । ଆପଣ ପ୍ରତ୍ୟେକ ଦିନ ଖାଦ୍ୟରେ ସାମିଲ ହେଉଥିବା ଲୁଣର ପରିମାଣକୁ କମ୍ କରିବା ଉଚିତ୍ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post