ୱାର୍କଆଉଟ ସମୟରେ ବେହୋସ ହେଲେ ଶିଳ୍ପା ସେଟ୍ଟୀ

ୱାର୍କଆଉଟ ସମୟରେ ବେହୋସ ହେଲେ ଶିଳ୍ପା ସେଟ୍ଟୀ

ମେଟ୍ରୋ ଟିଭି ଓଡିଶା,୨/୨ : ବଲିଉଡ୍ ଆକ୍ଟ୍ରେସ୍ ଶିଳ୍ପା ସେଟ୍ଟୀ କେତେ ଫିଟନେସକୁ ନେଇ ସିରିୟସ୍ ଏହା ସମସ୍ତେ ଜାଣନ୍ତି। ସେ ତାଙ୍କ ଜିମ ଓ୍ଵାର୍କଆଉଟ, ଯୋଗ, ମେଡିଟେସନ, ଡାଏଟ ଠାରୁ ନେଇ ଅନେକ ଜିନିଷ ପ୍ରତି ବହୁତ ଦାୟିତ୍ୱବାନ ରୁହନ୍ତି। ଡେଲି ଓ୍ଵାର୍କଆଉଟ ଶିଳ୍ପାଙ୍କ ପାଇଁ ଡେଲି ଡାଏଟ ଭଳି। ଶିଳ୍ପା ୩୧ ଜାନୁୟାରୀରେ ନିଜର ଓ୍ଵାର୍କଆଉଟର ଭିଡିଓ ସେୟାର କରିଛନ୍ତି। ମଜାର କଥା ହେଉଛି ଏହି ଭିଡିଓକୁ ଶିଳ୍ପା ତଳେ ବେହୋସ ଅବସ୍ଥାରେ ନଜର ଆସୁଥିବା ଦେଖିବାକୁ ମିଳୁଛି।

https://www.instagram.com/tv/CZYhZy4BWqx/?utm_source=ig_web_copy_link
sources-instagram

ସୂଚନା ଅନୁସାରେ,ବାସ୍ତବରେ ଶିଳ୍ପା ବେହୋସ୍ ହୋଇନାହାଁନ୍ତି ୩୧ ଜାନୁୟାରୀ ଦିନ ତାଙ୍କର ଓ୍ଵାର୍କଆଉଟ ସେସନ୍ କିଛି ଅଧିକ ରହିଥିଲା। ଏତେ ଅଧିକ ସମୟ ଓ୍ଵାର୍କଆଉଟ୍ କରିବା ପରେ ଶିଳ୍ପା ଥକି ଯାଇ ତଳେ ଶୋଇପଡିଥିଲେ। ସେ ଏହି ଭିଡିଓ ମଜାଦାର ଅନ୍ଦାଜରେ ହିଁ ବନାଇଛନ୍ତି। ଶିଳ୍ପାଙ୍କ ଏପରି ଅବସ୍ଥା ଦେଖି ତାଙ୍କ ଟ୍ର୍ରେନର ମଧ୍ୟ ହସୁଥିବା ନଜର ଆସୁଛନ୍ତି। ଭିଡିଓ ଶେଷରେ ଶିଳ୍ପା ଉଠୁଛନ୍ତି ଏବଂ କହୁଛନ୍ତି ମାର ଡାଲା…ଆଲହା…।ଏହି ଫିଟନେଓ ଭିଡିଓକୁ ସେୟାର କରି ଲୋକଙ୍କୁ ଫିଟ ରହିବାକୁ ଜହିଛନ୍ତି ଶିଳ୍ପା ।