ସୋସିଆଲ ମିଡିଆକୁ ଫେରିଲେ ରୋମାଣ୍ଟିକ କିଙ୍ଗ
ମେଟ୍ରୋ ଟିଭି ଓଡିଶା,୨୦/୧ : ବଲିଉଡର ବାଦଶାହା କିଙ୍ଗ ଖାନ ପୁଣି ସୋସିଆଲ ମିଡିଆକୁ ଫେରିଛନ୍ତି । ଗତ କିଛି ଦିନ ହେବ ସେ ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ । ତାଙ୍କର ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ଯୋଗୁ ତାଙ୍କ ସମୟ ବହୁତ ଚ୍ୟାଲେଞ୍ଜିଙ୍ଗ ଥିଲା । ବହୁ ପରିସ୍ଥିତର ସାମ୍ନା କରି କିଙ୍ଗ ଖାନ ପୁଣି ସୋସିଆଲ ମିଡିଆକୁ ଫେରି ଥିବାରୁ ଦର୍ଶକଙ୍କ ମନରେ ବହୁ ଖୁସି ଓ ଆନନ୍ଦ ଆସିଛି । ପୁଅ ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାର ବହୁ ମାସ ପରେ ଗୋରୀ ସୋସିଆଲ ମିଡିଆକୁ ଫେରିଥିଲେ । ଯେଉଁଥି ପାଇଁ ତାଙ୍କ ଫ୍ୟାନ୍ସମାନେ ଅନାଇ ରହିଥିଲେ କି ଶାହାରୁଖ କେବେ ଫେରିବେ ।
ଶାହରୁଖ ପୂର୍ବରୁ ଗଣେଶ ଚତୁର୍ଥୀ ଅବସରରେ ସେପ୍ଟେମ୍ବର ୨୦୨୧ ରେ ଶେଷ ପୋଷ୍ଟ କରିଥିଲେ। ଏହା ପରେ ଜାନୁଆରୀ ୧୯ରେ କିଙ୍ଗ ଖାନ୍ ପ୍ରଥମ ପୋଷ୍ଟ କରିଛନ୍ତି । ଶାହାରୁଖ ଖାନଙ୍କ ଏହି ପୋଷ୍ଟ ଏକ ଇଲେକ୍ଟ୍ରୋନିକ୍ ବ୍ରାଣ୍ଡ ପାଇଁ ଏକ ବିଜ୍ଞାପନ ପୋଷ୍ଟ କରିଛନ୍ତି ଏବଂ ଏଥିରେ ସେ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ସହ ନଜର ଆସିଛନ୍ତି। ଶାହାରୁଖ ଖାନ ଏବଂ ଗୌରୀ ଏହି ଷ୍ଟାଇଲ କିଛି ମିନିଟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ପୋଷ୍ଟରେ ଏପର୍ଯ୍ୟନ୍ତ ୧୨ ଲକ୍ଷରୁ ଅଧିକ ଲାଇକ୍ ମିଳିଥିବା ବେଳେ । ପ୍ରଶଂସକମାନେ କମେଣ୍ଟ ବକ୍ସରେ ଅନେକ ମନ୍ତବ୍ୟ ଦେଇ କହିଛନ୍ତି ‘King Is Back’ କହି ସ୍ୱାଗତ କରୁଛନ୍ତି ।