ରେଖାଙ୍କ ଜୀବନର ଏକ କଳା ସତ
ମେଟ୍ରୋଟିଭିଓଡିଶା(୭.୫.୨୦୨୨)
ବଲିଉଡ୍ ଜଗତର ସବୁଠୁ ଚର୍ଚ୍ଚିତ ନାୟିକା ରେଖା। ରେଖାଙ୍କ ପରିଚୟ ଦେବା ପାଇଁ ତାଙ୍କ ନାଁ ହିଁ ଯଥେଷ୍ଟ। ନିଜ ଦମ୍ଦାର ଅଭିନୟ ପାଇଁ ସେ ଦର୍ଶକଙ୍କୁ ପରଦାରେ ବାନ୍ଧି ରଖିବାରେ ସଫଳ ହୋଇଥାନ୍ତି। ୭୦ ଦଶକରୁ ଆରମ୍ଭ କରି ଏବେ ଯାଏଁ ରେଖା ସମସ୍ତଙ୍କର ପ୍ରିୟ ହୋଇ ରହିଛନ୍ତି। କେବଳ ଭାରତରେ ହିଁ ନୁହେଁ, ବରଂ ପୂରା ଦୁନିଆରେ ତାଙ୍କର ଫ୍ୟାନ୍ ଫଲୋୟର୍ସ ଅଛନ୍ତି। ରେଖା ନିଜ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଓ ତାଙ୍କ ଆକ୍ଟିଂ ଯୋଗୁ ହିଁ ସମସ୍ତେ ତାଙ୍କ ଦିଓ୍ଵାନା ବନିଯାଇଛନ୍ତି।

୬୭ ବର୍ଷ ବୟସରେ ବି ରେଖାଙ୍କ ସୁନ୍ଦରତାର କୌଣସି ତୁଳନା ନାହିଁ। କେବଳ ଫିଲ୍ମ ନୁହେଁ, ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଏହି ଏଭରଗ୍ରୀନ୍ ଅଭିନେତ୍ରୀ। ନିକଟରେ ରେଖାଙ୍କ ଜୀବନକୁ ନେଇ ଏକ ବଡ଼ ଖୁଲାସା ହୋଇଛି, ଯେଉଁ କାରଣରୁ ସେ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି।ରେଖାଙ୍କ ଜୀବନର ଏକ ଗୁପ୍ତ କାହାଣୀ ସାମ୍ନାକୁ ଆସିଛି, ଯାହା ବିଷୟରେ ବୋଧେ କେହି ଜାଣି ନାହାନ୍ତି। ରେଖା ନିଜ ଆତ୍ମକଥା ‘ରେଖା: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ନିଜ ସହ ଘଟିଥିବା ଏକ ଛାତି ଥରା ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି- ଥରେ ତାଙ୍କ ସହ ଜବରଦସ୍ତି ହେଉଥିଲା। ସମସ୍ତେ ଏହି ଘଟଣାକୁ ନିଜ ଆଖିରେ ଦେଖୁ ବି ଥିଲେ। କିନ୍ତୁ କେହି ବି ତାଙ୍କୁ ସାହାଯ୍ୟ କରି ନଥିଲେ। ରେଖାଙ୍କ ଜୀବନର ଏହି ଦୁଃଖଦ ବିଷୟ କଥା ଶୁଣି ଫ୍ୟାନ୍ମାନଙ୍କୁ ବି ଝଟ୍କା ଲାଗିଛି।ରିପୋର୍ଟ ମୁତାବକ, ରେଖା ଯେତେବେଳେ ନିଜ ପ୍ରଥମ ଫିଲ୍ମର ସୁଟିଂ କରୁଥିଲେ, ସେତେବେଳେ ତାଙ୍କୁ କୁହାଯାଇ ନଥିଲା ଯେ ଫିଲ୍ମରେ ଏକ ରୋମାଣ୍ଟିକ୍ ସିନ୍ ଅଛି। ଏହି ଫିଲ୍ମର ନାଁ ଥିଲା ‘ଅନ୍ଜାନା ସଫର’। ଏଥିରେ ତାଙ୍କ ସହ ଲିଡ୍ ହିରୋ ଥିଲେ ବିଶ୍ୱଜିତ୍। ସେହି ସମୟରେ ରେଖାଙ୍କ ବୟସ ମାତ୍ର ୧୫ ବର୍ଷ ଥିଲା। ଫିଲ୍ମ ସୁଟିଂ ବେଳେ ରେଖାଙ୍କ ସହ ରୋମାଣ୍ଟିକ୍ ସିନ୍ କରିବା ବେଳେ ହିରୋ ବିଶ୍ୱଜିତ୍ ନିଜ କଣ୍ଟ୍ରୋଲ ହରାଇଥିଲେ। ସେ ରେଖାଙ୍କ ଓଠକୁ କିସ୍ କରିବା ଆରମ୍ଭ କରିଦେଇଥିଲେ। ପାଖାପାଖି ୫ ମିନିଟ୍ ଧରି ସେ ତାଙ୍କ ଓଠକୁ ଚୁମ୍ବନ ଦେଇଥିଲେ। ସବୁଠୁ ବଡ଼ କଥା ହେଉଛି ସେଠାରେ ଉପସ୍ଥିତ ନିର୍ଦ୍ଦେଶକ ଓ ଅନ୍ୟ ଲୋକମାନେ ବି କିଛି ନ କରି ଏହାକୁ ଦେଖୁଥିଲେ। ଏ ଅବସରରେ ରେଖାଙ୍କୁ ଅନେକ କିଛି ସହିବାକୁ ପଡ଼ିଥିଲା। ସେ ବହୁତ କାନ୍ଦିଥିଲେ। କିନ୍ତୁ ଏହି ଘଟଣା ପରେ ବିଶ୍ୱଜିତ୍ ସଫେଇ ଦେଇ କହିଥିଲେ, ଏଥିରେ ତାଙ୍କର କିଛି ଦୋଷ ନଥିଲା।