ମା’ ହେଲେ କାଜଲ
ମେଟ୍ରୋ ଟିଭି ଓଡିଶା (୨୦.୪.୨୦୧୨)
ଅଭିନେତ୍ରୀ କାଜଲ ଅଗ୍ରୱାଲ ମା’ ହୋଇଛନ୍ତି। ଆଜି ତାଙ୍କର ଏକ ପୁତ୍ର ସନ୍ତାନ ହୋଇଛି। ସ୍ୱାମୀ ଗୌତମ କିଚଲୁଙ୍କ ସହିତ ସେ ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ତେବେ କାଜଲ ଓ ଗୌତମ ଏଯାଏ ଏ ଖବର ଘୋଷଣା କରି ନାହାନ୍ତି। କିନ୍ତୁ ଏ ଖବର ସତ ବୋଲି ସ୍ପଷ୍ଟ କରିଛନ୍ତି କାଜଲଙ୍କ ଭଉଣୀ ନିଶା ଅଗ୍ରୱାଲ। ସେ ଏକ ଜାତୀୟ ଗଣମାଧ୍ୟମକୁ ଏ କଥା କହିଛନ୍ତି। ଆଜି ସକାଳେ କାଜଲ ଏକ ଶିଶୁପୁତ୍ର ପ୍ରସବ କରିଥିବା କଥା ସେ କହିଛନ୍ତି।

କାଜଲ ଓ ଗୌତମଙ୍କ ବାହାଘର ୨୦୨୦ ଅକ୍ଟୋବର ୩୦ ତାରିଖରେ ହୋଇଥିଲା। ୨୦୨୨ ଜାନୁଆରୀ ୧ ତାରିଖରେ କାଜଲ ଗର୍ଭବତୀ ଥିବା ଜଣାପଡ଼ିଥିଲା। କାଜଲ ଓ ତାଙ୍କ ସ୍ୱାମୀ ଏହି ଘୋଷଣା କରିଥିଲେ। କାଜଲ ଗର୍ଭବତୀ ଥିବା ସମୟରେ ସୋଶାଲ ମିଡିଆରେ ଅନେକ ଫଟୋ ଶେଆର କରିଥିଲେ।